ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବାବେଳେ ଏବେ ଭାରତ ଗସ୍ତରେ ଥିବା ଆମେରିକାର ଉପବିଦେଶ ସଚିବ ଖ୍ରୀଷ୍ଟୋଫର ଲେଣ୍ଡୋଙ୍କ ମନ୍ତବ୍ୟ ଆମେରିକା ଏହି ଚୁକ୍ତିରେ ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଥିବା ଜଣାପଡ଼ିଛି। ଲେଣ୍ଡୋ ଚାରି ଦିବସୀୟ ଭାରତ ଗସ୍ତରେ ମାର୍ଚ୍ଚ ୩ରୁ ୬ ତାରିଖ ପର୍ଯ୍ୟନ୍ତ ଥିବାବେଳେ ଭାରତର ବର୍ଦ୍ଧିତ ଅର୍ଥ ବ୍ୟବସ୍ଥାର ଜୋରଦାର ପ୍ରଶଂସା କରିଥିଲେ। ଲେଣ୍ଡୋ ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ 'ରାୟସୀନା ଡାଏଲଗ୍ ୨୦୨୬'କୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 'ଆମେରିକା ଫାଷ୍ଟ' ନୀତିର ପ୍ରଶଂସା କରିଥିଲେ।

ଆମେ ୨୦ ବର୍ଷ ପୂର୍ବେ ଯେଉଁ ଭୁଲ କରିଥିଲୁ, ତାହା ଭାରତ ସହିତ କରିବୁ ନାହିଁ
ଲେଣ୍ଡୋ କହିଛନ୍ତି, ଭାରତ ବୁଝିବା ଉଚିତ ଯେ, ଆମେ ୨୦ ବର୍ଷ ପୂର୍ବେ ଚୀନ୍ ସହିତ ଯେଉଁ ଭୁଲ କରିଥିଲୁ, ତାହା ଭାରତ ସହିତ କରିବୁ ନାହିଁ, କହିବାର ଅର୍ଥ ହେଉଛି, ଆମେ ତୁମକୁ ଏହି ସମସ୍ତ ବଜାର ବିକଶିତ କରିବାକୁ ସକ୍ଷମ କରାଇବୁ ଏବଂ ତା'ପରେ ଆମେ ଜାଣିଛୁ ଯେ, ତୁମେ ବହୁତ ବାଣିଜ୍ୟିକ ଜିନିଷରେ ଆମକୁ ପଛରେ ପକାଇ ଦେଉଛ। ଆମକୁ ଆମ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପଡ଼ିବ, ଯେମିତି ଭାରତ ତା'ର ଲୋକଙ୍କ ନିକଟରେ ଭାରତ ସରକାର ଉତ୍ତରଦାୟୀ ବୋଲି ଲେଣ୍ଡୋ କହିଛନ୍ତି। ଆମେରିକା ପ୍ରଥମ ଅର୍ଥ ନୁହେଁ, କେବଳ ଆମେରିକାକୁ ବୁଝାଇବ। ଆମେରିକା ଅନ୍ୟ ଦେଶ ସହିତ ମିଳିତ ଭାବେ ନିଜର ଲକ୍ଷ୍ୟ ପୂରଣ କରିବ। ଭାରତ ସହିତ ସମ୍ପର୍କ ମଜଭୁତ କରିବାରେ ଆମେରିକା ଉଭୟ ପକ୍ଷର ଲାଭ ଦେଖୁଛି ବୋଲି ଆମେରିକା ଉପବିଦେଶ ସଚିବ କହିଛନ୍ତି।
-
୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ମନା -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ସୁଖୋଇ- 30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଗତକାଲି ଆସାମ ଆକାଶ ରାଡାରରୁ ନିଖୋଜ ହୋଇଯାଇଥିଲା ବିମାନ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ ! -
ରାଜ୍ୟସଭା ସଦସ୍ୟ ହେବାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଇଚ୍ଛା, X'ରେ ଦେଲେ ସୂଚନା -
ଯୁଦ୍ଧରେ ଦୋହଲି ଯାଇଛି ଭାରତୀୟ ସେୟାର ବଜାର, ନିବେଶକ ହରାଇଲେ ୯ ଲକ୍ଷ କୋଟି ଟଙ୍କା -
ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ : ଭାରତୀୟଙ୍କ ପାଇଁ କଣ୍ଟ୍ରୋଲ ରୁମ୍ ସ୍ଥାପନ କଲେ କେନ୍ଦ୍ର ସରକାର , ଜାରି ହେଲା ହେଲ୍ପଲାଇ -
ହୋଲିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ










Click it and Unblock the Notifications