ଲାଲକିଲ୍ଲାରୁ ମୋଦିଙ୍କ ସମ୍ବୋଧନ: କହିଲେ ବଢିବ ୭୫ ହଜାର ମେଡିକାଲ୍ ସୁଟ୍
Independence Day 2024: ୭୮ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଲାଲା କିଲ୍ଲାରେ ଜାତୀୟ ପତାତା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ହୋଇପାରିବ । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ଲକ୍ଷ୍ୟ । ତେବେ ବିକଶିତ ୨୦୪୭ କେବଳ ଭାଷଣର ଶଦ୍ଦ ନୁହେଁ । ୧୪୦ କୋଟି ଜନତା ବିକଶିତ ଭାରତ କରିପାରିବେ । ବିକଶିତ ଭାରତ ପାଇଁ ଆମକୁ ଅନେକ ପରାମର୍ଶ ମିଳିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଆରର ଲକ୍ଷ୍ୟ ।
ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ଭାରତରେ ଅଲିମ୍ପିକ୍ସର ଆୟୋଜନ କରାଯିବାର ଲକ୍ଷ୍ୟ ଲଖାଯାଇଛି । ଜି-୨୦ରେ ୨୦୦ରୁ ଅଧିକ ଇଭେଣ୍ଟ ଆୟୋଜିତ ଭାରତରେ ସଫଳତାର ସହ ହୋଇଛି । ଏଥିରୁ ପ୍ରମାଣ ହେଉଛି ଯେ ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାରତରେ ହୋଇପାରିବ । ସେ ଆହୁରି କହିଛନ୍ତି ନୂଆ ଶିକ୍ଷା ଜରିଆରେ ଆମକୁ ନୂଆ ଶକ୍ତି ମଳିଛି । ମେଡିକାଲ ଶିକ୍ଷା ପାଇଁ ଯୁବପିଢି ବିଦେଶକୁ ଯାଉଛି । ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରାଯିବ । ଯାହାଫଳରେ ସିଟ୍ ସଂଖ୍ୟା ବଢିବ ଏବଂ ଯୁବପିଢିଙ୍କୁ ଆଉ ବିଦେଶକୁ ଯିବା ପାଇଁ ପଡିବ ନାହିଁ ।

ମହିଳା ବିରୋଧୀ ଅପରାଧକୁ ନେଇ ଉଦ୍ବେଗ ପ୍ରକାଶ କଲେ ମୋଦି । ମହିଳାଙ୍କ ଉପରେ ଅତ୍ୟାଚାର ଚିନ୍ତାର ବିଷୟ । ଏଥିପାଇଁ ଦେଶ, ସମାଜ, ରାଜ୍ୟ ଗମ୍ଭୀରତାର ସହ ଚିନ୍ତା କରିବା ଉଚିତ । ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଉଚିତ । ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିବା ଉଚିତ କହିଲେ ମୋଦି ।












Click it and Unblock the Notifications