ପରମାଣୁ ବ୍ଲାକମେଲିଂକୁ ସହ୍ୟ କରିଲୁନୁ , ଠିକ୍ ସମୟରେ ଉଚିତ୍ ଜବାବ ମିଳିଲା ; ରାଜନାଥ ସିଂହ

ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ । ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ । 'ଅପରେସନ ସିନ୍ଦୂର'ରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ । ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି।

Rajnath Singh
ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ବଂସ କଲେ ସେ ଭୁଲି ପାରିବନି ଏ ସାରା ଦେଶ । ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆପଣଙ୍କ ପାଖକୁ ଆସିଛି । ସନ୍ଦେଶ ହେଉଛି, ଦେଶବାସୀ ଆପଣଙ୍କ ଉପରେ ଗର୍ବିତ । ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ଼ ଆକ୍ସନ। ଭାରତ ପୂରା ବିଶ୍ବକୁ ସନ୍ଦେଶ ଦେଇଛି, ଆତଙ୍କବାଦକୁ ବରଦାସ୍ତ କରାଯିବନି ।

ଭାରତ ବିରୋଧରେ ଷଡ଼ଯନ୍ତ୍ର ବନ୍ଦ କରୁ ପାକିସ୍ତାନ । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ । ପାକିସ୍ତାନ ହାତରେ ପରମାଣୁ ରହିବା ସୁରକ୍ଷିତ କି? ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିବନି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଯଦି କଥାବାର୍ତ୍ତା ହେବ କେବଳ POKକୁ ନେଇ ହେବ ବୋଲି ରାଜନାଥ କହିଛନ୍ତି । ଆମେ ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ସହ୍ୟ କରିଲୁନୁ ।
ପହଲଗାମରେ ଆତଙ୍କୀମାନେ ଧର୍ମ ପଚାରି ନିର୍ଦ୍ଦୋଷକୁ ମାରିଲେ। ଆଉ ଆପଣମାନେ ଏହାର କଡ଼ା ଜବାବ ଦେଲେ । କିନ୍ତୁ ଆମେ କର୍ମ ଦେଖି ସେମାନଙ୍କ ବିନାଶ କଲୁ- ରାଜନାଥ ।
ପାକିସ୍ତାନ IMF ପାଖରୁ ଋଣ ଆଣୁଛି, ଆମେ ଅନ୍ୟ ଦେଶକୁ ଫଣ୍ଡ ଦେଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+