ପୁଣି ଉଦୟାନିଧିଙ୍କ ବିବାଦୀୟ ବୟାନ, କାହିଲେ ‘ନରେନ୍ଦ୍ର ମୋଦିଙ୍କୁ ‘୨୮ ପଇସା ପ୍ରଧାନମନ୍ତ୍ରୀ' କହିବା ଉଚିତ

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଶନିବାର ଦିନ ପାଣ୍ଠି ଆବଣ୍ଟନ ଉପରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କୁ ଅର୍ଥ ଆବଣ୍ଟନରେ ମୋଦି ସରକାର ଭେଦଭାବ କରିଥିବା ଅଭିଯୋଗ କରିଛନ୍ତି ଏମ.କେ ଷ୍ଟାଲିନ ।

ରାମନାଥପୁରମ୍ ଏବଂ ଥେନିରେ ପୃଥକ ରାଲିକୁ ସମ୍ବୋଧିତ କରି ଉଦୟାନିଧି ଷ୍ଟାଲିନ କହିଛନ୍ତି ଯେ ଯଦି ତାମିଲନାଡୁ କେନ୍ଦ୍ର ସରକାରଙ୍କୁ ଟିକସ ହିସାବରେ ଗୋଟିଏ ଟଙ୍କା ଦିଅନ୍ତି, ତେବେ କେନ୍ଦ୍ର ସରକାର ଆମକୁ ମାତ୍ର ୨୮ ପଇସା ଫେରସ୍ତ କରୁଛନ୍ତି । ଯେଉଁଠାରେ ବିଜେପି ଶାସିତ ରାଜ୍ୟରେ ଅଧିକ ପାଣ୍ଠି ଦିଆଯାଉଛି ।

Udhayanidhi Stalin

ଉଦୟାନିଧି ଷ୍ଟାଲିନ କହିଛନ୍ତି ଯେ ବର୍ତ୍ତମାନ ଆମେ ପ୍ରଧାନମନ୍ତ୍ରୀଙ୍କୁ '୨୮ ପଇସା ପ୍ରଧାନମନ୍ତ୍ରୀ 'ବୋଲି କହିବା ଉଚିତ । କେବଳ ଏତିକି ନୁହେଁ ଷ୍ଟାଲିନ ମଧ୍ୟ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରର ଏହି ନୀତି ରାଜ୍ୟ ବିରୋଧୀ । ଏହା ପିଲାମାନଙ୍କର ଭବିଷ୍ୟତକୁ ନଷ୍ଟ କରିଦେବ ।

ସେ କହିଛନ୍ତି ଯେ ଯଦି ବିଜେପି ସରକାର ପୁଣି କ୍ଷମତାକୁ ଆସନ୍ତି ତେବେ ଦେଶରୁ ଫେଡେରାଲବାଦ ଶେଷ ହେବ । ଆଉ ଏମିତି ସମୟ ଆସିବ ରାଜ୍ୟଗୁଡିକ ର ଅସ୍ତିତ୍ୱ ହଜିଯିବ । ସେ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ସ୍ଥିର କରିବ ଯେ ଭାରତରେ ଗଣତନ୍ତ୍ର ଜାରି ରହିବ କି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+