ପହଲଗାମ୍ ଆକ୍ରମଣ ନେଇ ଭାଗବତଙ୍କ ପ୍ରତିକ୍ରିୟା , ଅତ୍ୟାଚାରୀଙ୍କୁ ଉଚିତ ଶିକ୍ଷା ଦେବା ଆମ ଧର୍ମ
ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ପାକିସ୍ତାନକୁ ବଢିଛି ଆକ୍ରୋଶ। ଆତଙ୍କବାଦକୁ ନେଇ ଭାରତ ପଡ଼ୋଶୀ ଦେଶ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ସମୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ ଅତ୍ୟାଚାର କରନ୍ତି ସେମାନଙ୍କୁ ଶିକ୍ଷା ଦେବା ଆମର କର୍ତ୍ତବ୍ୟ।
ସେ କହିଥିଲେ, 'ରାବଣର ବଧ ତା'ର କଲ୍ୟାଣ ପାଇଁ କରାଯାଇଥିଲା। ଭଗବାନ ରାମ ତାକୁ ବଧ କରିଥିଲେ। ଏହା ହିଂସା ନୁହେଁ ବରଂ ଅହିଂସା। ଅହିଂସା ଆମର ଧର୍ମ କିନ୍ତୁ ଯେଉଁମାନେ ଅତ୍ୟାଚାର କରନ୍ତି ସେମାନଙ୍କୁ ଧର୍ମ ଶିକ୍ଷା ଦେବା ଅହିଂସା। ଆମେ କେବେ ଆମର ପଡ଼ୋଶୀଙ୍କୁ କ୍ଷତି ପହଞ୍ଚାଇ ନଥାଉ। ଏହା ପରେ ମଧ୍ୟ ଯଦି କେହି ଭୁଲ ରାସ୍ତା ଗ୍ରହଣ କରନ୍ତି, ତେବେ ପ୍ରଜାମାନଙ୍କୁ ସୁରକ୍ଷା ଦେବା ରାଜାଙ୍କର କର୍ତ୍ତବ୍ୟ। ରାଜା ତାଙ୍କର କାମ କରିବେ।'

ଆରଏସଏସ ମୁଖ୍ୟ କହିଛନ୍ତି, "ଏହି ଆକ୍ରମଣ ଏକ ସ୍ମରଣ କରାଇ ଦେଉଛି ଯେ ଏହା ଧର୍ମ ଏବଂ ଅଧର୍ମ ମଧ୍ୟରେ ଲଢ଼େଇ। ଲୋକଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚରାଯାଉଥିଲା ଏବଂ ସେମାନଙ୍କୁ ହତ୍ୟା କରାଯାଇଥିଲା। ହିନ୍ଦୁମାନେ କେବେ ଏହା କେବେବି କରିବେ ନାହିଁ। ଏହା ଆମର ସ୍ୱଭାବ ନୁହେଁ। ଘୃଣା ଏବଂ ଶତ୍ରୁତା କେବଳ ଆମ ସଂସ୍କୃତିରେ ନାହିଁ କିନ୍ତୁ ଚୁପ୍ ଚାପ୍ କ୍ଷତି ସହିବା ମଧ୍ୟ ଆମ ସଂସ୍କୃତିରେ ନାହିଁ। ଆମ ହୃଦୟରେ ଯନ୍ତ୍ରଣା ଅଛି। ଆମେ କ୍ରୋଧିତ। ଦୁଷ୍ଟତାକୁ ସମାପ୍ତ କରିବା ପାଇଁ ଆମକୁ ଆମର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ।"












Click it and Unblock the Notifications