Get Updates
Get notified of breaking news, exclusive insights, and must-see stories!

ଆମ ଦେଶର ପ୍ରତ୍ୟେକ ଭାଷା ପାଇଁ ଆମକୁ ଗର୍ବିତ ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ସମୟରେ କହିଛନ୍ତି ଭାଷାକୁ ନେଇ ଅନେକ କ୍ଷେତ୍ରରେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଲୋକେ ।

ନୂଆଦିଲ୍ଲୀ: ଆଜି ଭାରତ ପାଳୁଛି 76ତମ ସ୍ୱାଧୀନତା ଦିବସ । ଏନେଇ ସମସ୍ତେ ଉତ୍ସାହିତ । ରାଜଧାନୀର ଐତିହାସିକ ଲାଲ କିଲ୍ଲାରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି ତାଙ୍କର ଅଭିଭାଷଣ। ପ୍ରାୟ ସାଢେ 1 ଘଣ୍ଟା ଧରି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ସମୟରେ କହିଛନ୍ତି ଭାଷାକୁ ନେଇ ଅନେକ କ୍ଷେତ୍ରରେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଲୋକେ ।

modi

ତେବେ ପ୍ରତ୍ୟେକ ଭାଷାକୁ ଆମେ ସମ୍ମାନ ଦେବା ଉଚିତ ବୋଲି କହିଛନ୍ତି ମୋଦି । ସମାନତା ହିଁ ଦେଶ ବିକାଶର ମୂଳ ଉଦ୍ଦେଶ୍ୟ। ଭାରତୀୟର ମନ୍ତ୍ର ନେଇ ଆମେ ଆଗକୁ ବଢିବା ଉଚିତ । ନିଜର ଜ୍ଞାନକୁ କୌଣସି ଭାଷା ଦ୍ବାରା ତୁଳନା ନକରି ସମାନ ସମ୍ମାନ ସବୁ ଭାଷାକୁ ଦେବା ଉଚିତ ।

baloon

ପୁଅ-ଝିଅଙ୍କୁ ସମାନ ସମ୍ମାନ ମିଳିବା ସହିତ ଆମେ ଯଦି ତଳ-ଉପର , ମୋର-ତାର ଭେଦଭାବ ନକରି କାମ କରିବା ତେବେ ଦେଶର ପ୍ରକୃତ ବିକାଶ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପାରମ୍ପାରିକ ଭାଷଣ ଶେଷ କରିବା ପରେ ଲାଲକିଲ୍ଲାରୁ ତ୍ରିରଙ୍ଗୀ ବେଲୁନ୍ ଉଡାଯାଇଥିଲା। ବେଲୁନ୍ ଉଡାଇବା ପରେ ଜାତୀୟ ପତାକାର ତିନୋଟି ରଙ୍ଗରେ ନୀଳ ଆକାଶକୁ ରଙ୍ଗୀନ କରିଥିଲା । ଲାଲ୍ କିଲ୍ଲାର ଚାରିପାଖ ତ୍ରିରଙ୍ଗାମୟ ହୋଇଯାଇଛି । ଚାରିପାଖେ ଲାଗିଥିବା କ୍ୟାମେରା ଏହି ସୁନ୍ଦର ଦୃଶ୍ୟର ଫଟୋ କଏଦ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+