ନୋଟରେ ଗଣେଷ, ଲକ୍ଷ୍ମୀଙ୍କ ଫଟୋ ନେଇ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ। ନୋଟରେ ଗଣେଷ, ଲକ୍ଷ୍ମୀଙ୍କ ଫଟୋ ନେଇ ସେ ଏହି ଚିଠି ଲେଖିଛନ୍ତି।
ନୂଆଦିଲ୍ଲୀ: ଭାରତୀୟ ନୋଟରେ ଦେବାଦେବୀଙ୍କ ଫଟୋ ଦାବି । ଏଭଳି ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମହାତ୍ମା ଗାନ୍ଧିଙ୍କ ଫଟୋ ସହିତ ଲକ୍ଷ୍ମୀ ଏବଂ ଗଣେଶଙ୍କ ଫଟୋ ରହିବା ନେଇ ଦାବି କରିଛନ୍ତି । ସ୍ବାଧୀନତାର 75 ବର୍ଷ ପରେ ବି ଭାରତ ଗରିବ ଦେଶରେ ପରିଗଣିତ ହେଉଛି। ତେବେ ଏହି ଦାରିଦ୍ର୍ୟତା ଦୂର କରିବା ପାଇଁ କଠିନ ପରିଶ୍ରମ ସହିତ ଦେଶବାସୀଙ୍କୁ ଭଗବାନଙ୍କ ଆର୍ଶୀବାଦର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେଜ୍ରିୱାଲ । ତେଣୁ ନୋଟରେ ଭଗବାନଙ୍କ ଫଟୋ ରହିବା ଦରକାର । ଦେଶବାସୀଙ୍କ ପାଇଁ ମୁଁ ଆପଣଙ୍କ ନିକଟରେ ଏହି ନିବେଦନ କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

मैंने प्रधानमंत्री जी को पत्र लिखकर 130 करोड़ भारतवासियों की ओर से निवेदन किया है कि भारतीय करेंसी पर महात्मा गांधी जी के साथ-साथ लक्ष्मी गणेश जी की तस्वीर भी लगाई जाए। pic.twitter.com/OFQPIbNhfu
— Arvind Kejriwal (@ArvindKejriwal) October 28, 2022












Click it and Unblock the Notifications