ଅପରେସନ ‘ସିନ୍ଦୂର’ରେ ଭାରତ ୫ ଜଣ ବୀର ଯବାନଙ୍କୁ ହରାଇଛି:DGMO
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଶେଷ କରିବା ପାଇଁ, ୧୦ ମେ' ସନ୍ଧ୍ୟା ୫ଟାରୁ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହା ପରେ ମଧ୍ୟ, ଶନିବାର ରାତିରେ, ସୀମା ସଂଲଗ୍ନ ଅନେକ ଅଞ୍ଚଳରେ ପାକିସ୍ତାନ ଦ୍ୱାରା ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଏହା ପରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ଯେ, ଭାରତୀୟ ସେନା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏବଂ ସ୍ପଷ୍ଟ କରିଛି ଯେ, ସେନା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ପହଲଗାଓଁ ଆକ୍ରମଣ ପରେ ଆତଙ୍କୀଙ୍କୁ ଜବାବ ଦେବା ଲାଗି ଆରମ୍ଭ ହୋଇଥିବା ଅପରେସନ 'ସିନ୍ଦୂର'ରେ ଭାରତ ୫ ଜଣ ବୀର ଯବାନଙ୍କୁ ହରାଇଛି। ଆତଙ୍କବାଦ ବିରୋଧୀ ଏହି ଲଢ଼େଇରେ ଆମର ୫ ସୈନ୍ୟ ଶହୀଦ ହୋଇଥିବା କହିଛନ୍ତି ଡିଜିଏମଓ ରାଜୀବ ଘାଇ।ରିପୋର୍ଟ ଅନୁସାରେ, ପାକିସ୍ତାନୀ ସେନାର ୩୫ରୁ ୪୦ ସୈନ୍ୟ ନିହତ ହୋଇଛନ୍ତି।

ମେ ୭ରୁ ୧୦ ତାରିଖ ମଧ୍ୟରେ ନିୟନ୍ତ୍ରଣ ରେଖାରେ ଗୁଳିବିନିମୟ ସମୟରେ ସେମାନଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଭାରତୀୟ ବାୟୁସେନା ଅନେକ ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇଛି। ପାକ୍ ଯୁଦ୍ଧ ବିମାନଗୁଡ଼ିକୁ ଆମ ସୀମା ଭିତରକୁ ପ୍ରବେଶ କରିବାକୁ ଦିଆଯାଇନାହିଁ। ସେଗୁଡ଼ିକ ଏଲଓସି ଆରପଟେ ଖସିଥିବାରୁ ତାହାର ସଂଖ୍ୟା ଜଣାପଡ଼ି ନାହିଁ ବୋଲି ଏୟାର ମାର୍ଶଲ ଏ.କେ. ଭାରତୀ କହିଛନ୍ତି।












Click it and Unblock the Notifications