'କୂଟନୀତି କିମ୍ବା ବଳ ପ୍ରୟୋଗ କରି ବାଂଲାଦେଶର ୨୦-୨୨ କିମି ନେବାକୁ ହେବ'
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଚିକେନ୍ ନେକ୍" (ସିଲିଗୁଡ଼ି କରିଡର)କୁ ଭାରତର ରଣନୈତିକ ସୁରକ୍ଷା ପାଇଁ ସବୁଠାରୁ ବଡ଼ ଚିନ୍ତା । ସେ କହିଛନ୍ତି, "ବାଂଲାଦେଶୀମାନେ ଚିକେନ୍ ନେକ୍ ର ଉଭୟ ପାର୍ଶ୍ୱରେ ଅଛନ୍ତି। ମୁଁ ଭାରତ ସରକାରଙ୍କୁ ଅନୁରୋଧ କରିବି ଯେ କୌଣସି ସମୟରେ, କୂଟନୀତି କିମ୍ବା ବଳ ପ୍ରୟୋଗ କରି, ଆମକୁ ୨୦-୨୨ କିଲୋମିଟର ଜମି ଅଧିଗ୍ରହଣ କରିବାକୁ ପଡିବ ଏବଂ ଏହି ଚିକେନ୍ ନେକ୍ ସମସ୍ୟାରୁ ଉତ୍ତର-ପୂର୍ବକୁ ମୁକ୍ତ କରିବାକୁ ପଡିବ।"
ତାଙ୍କର ବିଶେଷ ଶୈଳୀରେ, ସେ କହିଥିଲେ, " ଯେତେବେଳେ ଔଷଧ କାମରେ ଆସେନାହିଁ, ସେତେବେଳେ ସର୍ଜରି ଆବଶ୍ୟକ ହୋଇଥାଏ । ଏବେ ବାଂଲାଦେଶରେ ସର୍ଜରିର ଅବଶ୍ୟକତା ଅଛି। ଯଦି ବାଂଲାଦେଶ ବାରମ୍ବାର ଚିକେନ ନେକ କଥା କହେ, ତେବେ ତାହାକୁ ବଦଳେଇଦିଆଯିବ । ବିଶ୍ୱାସ କରନ୍ତୁ, ଏହା ନିଶ୍ଚିତ ଭାବରେ ଘଟିବ।"













Click it and Unblock the Notifications