Get Updates
Get notified of breaking news, exclusive insights, and must-see stories!

'ଆମ ପାଖରେ ଖର୍ଚ୍ଚ କରିବାକୁ ଟଙ୍କାଟିଏ ବି ନାହିଁ ...', ଜାଣନ୍ତୁ ଏଭଳି କାହିଁକି କହିଲେ ଖଡଗେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି । କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଇନକମ ଟ୍ୟାକ୍ସ ମାଧ୍ୟମରେ ଦଳ ଉପରେ ଜୋରିମାନା ଲଗାଇଥିବା ସେ ଅଭିଯୋଗ କରିଛନ୍ତି । ଖର୍ଗେ କହିଛନ୍ତି ଯେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ସ୍ୱତ୍ତେ ନିର୍ବାଚନ ବଣ୍ଡ ମାଧ୍ୟମରେ ମିଳିଥିବା ହଜାର ହଜାର କୋଟି ଟଙ୍କାର ସୂଚନା ଦେବାକୁ ପ୍ରସ୍ତୁତ ନୁହେଁ ବିଜେପି ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ବୁଧବାର କହିଛନ୍ତି ଯେ ତାଙ୍କ ଦଳ ଆର୍ôଥକ ସଙ୍କଟ ଦେଇ ଗତି କରୁଛି । ସେ ଅଭିଯୋଗ କରିଛନ୍ତି ଯେ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଦାନ କରାଯାଇଥିବା ଟଙ୍କା ରଖାଯାଇଥିଲା ତାହା ବିଜେପି ସରକାର ଫ୍ରିଜ୍ କରିଛନ୍ତି । ଆୟକର ବିଭାଗ ଦ୍ୱାରା କଂଗ୍ରେସକୁ ଜରିମାନା କରାଯାଇଛି । ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ତାଙ୍କ ସପକ୍ଷରେ ଛିଡ଼ା ହେବା ସେ କହିଛନ୍ତି, ଆହୁରି କହିଛନ୍ତି ଯେ ସମ୍ବିଧାନ ତଥା ଗଣତନ୍ତ୍ରକୁ ବଞ୍ଚାଇ ରଖିବା ଲାଗି କଂଗ୍ରେସ ପାଇଁ ବିଜୟ ନିଶ୍ଚିତ କରିବା ।

Mallikarjun Kharge

ସେ କହିଥିଲେ, ଏହା ଆମର ଦଳର ଟଙ୍କା, ଯାହାକୁ ଆପଣ ଦାନ ଭାବରେ ଦେଇଥିଲେ , ସେମାନେ ଏହାକୁ ଫ୍ରିଜ୍ କରିଛନ୍ତି ଏବଂ ଆମ ପାଖରେ ବର୍ତ୍ତମାନ ଖର୍ଚ୍ଚ କରିବାକୁ ଟଙ୍କାଟିଏ ବି ନାହିଁ । ଯେତେବେଳେ କି, ସେମାନେ (ବିଜେପି) ନିର୍ବାଚନ ବଣ୍ଡ ସମ୍ପର୍କିତ ସୂଚନା ପ୍ରକାଶ କରୁନାହାଁନ୍ତି କାରଣ ସେମାନଙ୍କର ଚୋରି ସାମ୍ନାକୁ ଆସିବ । ତାଙ୍କର ଭୁଲ୍ ପଦାକୁ ଆସିବ, ତେଣୁ ସେ ଜୁଲାଇ ପର୍ଯ୍ୟନ୍ତ ସମୟ ମାଗିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+