‘ଦିଲ୍ଲୀରେି ଜିତିବ ବିଜେପି'

ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ବୁଧବାର ସକାଳୁ ନିର୍ବାଚନ ଆରମ୍ଭ ହୋଇଯାଇଛି। ଅରବିନ୍ଦ କେଜ୍ରିୱାଲ୍ ଏବଂ ତାଙ୍କ ସରକାରଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ରହିଥିବାରୁ ଏଥର ନିର୍ବାଚନ ତାଙ୍କ ପାଇଁ ବେଶ୍ ଗୁରତ୍ୱପୂର୍ଣ୍ଣ। ଶାସକ ଦଳ ଆପ, ବିରୋଧୀ ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ତେଣୁ ଏଥର ଆପ୍ ତୃତୀୟ ଥର ପାଇଁ କ୍ଷମତାକୁ ଫେରୁଛି ନା ବିଜେପି ହାତରେ ଶାସନ ଡୋରି ରହୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଆଉ ଏପଟେ ଅପରାହ୍ନ ୧ ସୁଦ୍ଧା ୩୩.୩୧% ମତଦାନ ରେକର୍ଡ କରାଯାଇଛି। ଦିଲ୍ଲୀର ସୀଲମପୁରରେ ସର୍ବାଧିକ ଭୋଟଦାନ ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ଚାନ୍ଦନୀ ଚୌକରେ ସର୍ବନିମ୍ନ ଭୋଟଦାନ ପ୍ରତିଶତ ରେକର୍ଡ କରାଯାଇଛି।

Union Minister Ramdas Atwale

ଅନ୍ୟପଟେ ଦିଲ୍ଲୀ ନିର୍ବାଚନକୁ ନେଇ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି, "ଦିଲ୍ଲୀରେ ମତଦାନ ଚାଲିଛି। ଭୋଟ୍ ହାର ଆହୁରି ବୃଦ୍ଧି ପାଇବ। ଲୋକମାନେ ଆପ୍ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ। ସେମାନେ ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି, ତେଣୁ ଆପ୍ କୁ ହଟାଇବାକୁ ପଡିବ ଏବଂ ବିଜେପି କ୍ଷମତାକୁ ଆସିବା ଉଚିତ୍‌। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି। ଆମେ ନିଶ୍ଚିତ ଯେ ଦିଲ୍ଲୀରେ ବିଜେପି ଜିତିବ ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+