ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବଡ଼ ବୟାନ, କହିଲେ କୋଲକାତା ପୋଲିସ ସହ ମୁଁ ଅସୁରକ୍ଷିତ
କୋଲକାତା: ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି ଯେ ରାଜ ଭବନରେ ନିୟୋଜିତ ଥିବା କୋଲକାତା ପୋଲିସ ଟିମରୁ ସେ ସୁରକ୍ଷିତ ନୁହଁନ୍ତି । ସେ ଏହା ସହ କହିଛନ୍ତି ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜଣାଇଛନ୍ତି । ତେବେ ସେ କହିଛନ୍ତି ଯେ ସିଏମଙ୍କୁ ସୂଚନା ଦେବା ସ୍ୱତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ମୁଁ ଭାବୁଛି ଏବେ ରାଜଭବନରେ ନିଯୁକ୍ତ ପୋଲିସ ମୋର ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ । ମୁଁ ରାଜଭବନରେ କୋଲକାତା ପୋଲିସ ସହ ନିଜକୁ ଅସୁରକ୍ଷିତ ମନେ କରୁଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୂଚନା ଦେଇଥିଲି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ ।ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବୋଷ ରାଜ୍ୟ ପୋଲିସ ବିରୋଧରେ କ୍ରମାଗତ ଗୁପ୍ତଚର କରୁଥିବା ଅଭିଯୋଗ ଆଣିଛନ୍ତି । ବାହାରର କିଛି ପ୍ରଭାବଶାଳୀ ଲୋକଙ୍କ ପ୍ରରୋଚନାରେ ସେମାନେ ଏଭଳି କାମ କରୁଥିବା ଅଭିଯୋଗ ହେଉଛି ।
ସୂଚନାଯୋଗ୍ୟ, ନିକଟରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ ଭବନରେ ନିୟୋଜିତ କୋଲକାତା ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବାସ୍ତବରେ, ନିକଟରେଧାରା ୧୪୪ ଦର୍ଶାଇ ପୋଲିସ ବିଜେପି ନେତା ଶୁଭେନ୍ଧୁ ଆଦିକାରୀଙ୍କୁ ରାଜ ଭବନରେ ପ୍ରବେଶ କରିବାକୁ କରଥିଲା ବାରଣ । ଧାରା ୧୪୪ ରାଜ ଭବନ ବାହାରେ ବଳବତ୍ତର ରହିଛି, ଯେଉଁଥିରେ ବଡ଼ ସମାବେଶ ନିଷେଧ ବୋଲି ଶୁଭେନ୍ଧୁ ଅଧିକାରଙ୍କୁ କହିଥିଲାପୋଲିସ୍ ।

ପରେ ରାଜ୍ୟପାଳ ଆନନ୍ଦ ବୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଥିଲେ । କେଉଁ ଆଧାରରେ ପୋଲିସ ଶୁଭେନ୍ଦୁ ଆଦିକାରୀଙ୍କୁ ରାଜ ଭବନ ପରିସରରେ ପ୍ରବେଶ କରିବାକୁ ଅଟକାଇଥିଲା ସେ ସିଏମଙ୍କୁ ପ୍ରଶ୍ନ ପଚାରିଥିଲେ । ପରେ ଶୁଭେନ୍ଧୁ ଅଧିକାରୀ ଏବଂ ଅନ୍ୟମାନେ କଲିକତା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।
ସେ କହିଥିଲେ ଯେ ଲିଖିତ ଅନୁମତି ସତ୍ତ୍ୱେ ପୋଲିସ ତାଙ୍କୁ ରାଜ ଭବନ ପରିସରରେ ପ୍ରବେଶ କରିବାକୁ ଅଟକାଇଥିଲା । ଲୋକସଭା ନିର୍ବାଚନ ପରେ ବିଜେପି ତୃଣମୂଲ କଂଗ୍ରେସ (ଟିଏମସି) କୁ ପୋଲ ପରବର୍ତ୍ତୀ ହିଂସା ଅଭିଯୋଗ କରିଛି । ଟିଏମସି ଏହି ଅଭିଯୋଗକୁ ଅସ୍ୱୀକାର କରିଛି ।












Click it and Unblock the Notifications