ଶୟନ ପ୍ରତିଯୋଗିତାରେ ବିଜୟୀ ହେଲେ ପଶ୍ଚିମବଙ୍ଗର ଯୁବତୀ, ଜିତିଲେ 5 ଲକ୍ଷ ପୁରସ୍କାର
ନିଦ୍ରା ପ୍ରତିଯୋଗିତାରେ ବିଜୟୀ ହେଲେ ପଶ୍ଚିମବଙ୍ଗର ଯୁବତୀ। 5 ଲକ୍ଷ ପୁରସ୍କାର ଜିତି ଆଣିଲେ ଗର୍ବ ।
କୋଲକାତା: ଦେଶବ୍ୟାପୀ ଶୟନ ପ୍ରତିଯୋଗିତାରେ ବିଜୟୀ ହେଲେ ପଶ୍ଚିମବଙ୍ଗ ହୁଗଲିର ଯୁବତୀ । ଏହି ପ୍ରତିଯୋଗୀତାରେ ବିଜୟୀ ହୋଇ 5 ଲକ୍ଷ ଟଙ୍କା ନଗଦ ପୁରସ୍କାର ଲାଭ କରିଛନ୍ତି। ପିଲାଦିନରୁ ଶୋଇବାରେ ଜଣେ ପ୍ରୋ, ତ୍ରିପର୍ଣ୍ଣା ଚକ୍ରବର୍ତ୍ତୀ ଏକ ଘରୋଇ ଗଦି କମ୍ପାନୀ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ଦେଶର ସର୍ବୋତ୍ତମ ସ୍ଲିପର ଆୱାର୍ଡ ଜିତିଛନ୍ତି । 5.5 ଲକ୍ଷରୁ ଅଧିକ ସାଥୀ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାର ଏକ ମୁଖ୍ୟ ନିୟମ ଥିଲା ବିନା ବିରତିରେ କ୍ରମାଗତ 100 ଦିନ ପାଇଁ 9 ଘଣ୍ଟା ଶୋଇବା ।

ଦେଶବ୍ୟାପୀ ପ୍ରତିଯୋଗିତାରେ ତାଙ୍କର ବିଜୟ ବ୍ୟାପକ ଧ୍ୟାନ ଆକର୍ଷଣ କରିଥିଲା । ତ୍ରିପର୍ଣ୍ଣାଙ୍କ ସଫଳତାକାହାଣୀଉପରେ ଚାରିଆଡେ ଚର୍ଚ୍ଚା ହେଉଛି । ତ୍ରିପର୍ଣ୍ଣା ମୋଟ ସ୍କୋର 95 ଥିଲା । ସେ ବର୍ତ୍ତମାନ ଆମେରିକାର ଏକ କମ୍ପାନୀରେ କାମ କରୁଛନ୍ତି ଏବଂ ସେ ଦିନ ପରିବର୍ତ୍ତେ ରାତିରେ କାମ କରନ୍ତି । ଏହି ପ୍ରତିଯୋଗୀତାରେ ବିଜୟୀ ହୋଇ ସେ ଖୁବ ଖୁସି ବୋଲି କହିଛନ୍ତି ।












Click it and Unblock the Notifications