ୱାଏନାଡ ଭୂସ୍ଖଳନ ଘଟଣା: କେରଳ ସରକାରଙ୍କ ଉପରେ ବର୍ଷିଲେ ଶାହ, କହିଲେ କେନ୍ଦ୍ରର ରିପୋର୍ଟକୁ କରାଯାଇଛି ଅଣଦେଖା

Wayanada Landslides: ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟସଭାରେ କେରଳର ୱାଏନାଡରେ ହୋଇଥିବା ଭୂସ୍ଖଳନ ପ୍ରସଙ୍ଗ ଉଠାଇଛନ୍ତି । ଗୃହରେ ଅମିତ ଶାହ କେରଳ ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟପକ୍ଷରେ ସେ କେରଳ ସରକାରଙ୍କ ଉପରେ ବର୍ଷିଛନ୍ତି, ସେ କହିଛନ୍ତି ଯେ ଏଭଳି ବିପର୍ଯ୍ୟୟର ସମ୍ଭାବନାକୁ ଦୃଷ୍ଟିରେ ରଖି କେରଳ ସରକାରଙ୍କୁ ପୂର୍ବରୁ ସତର୍କ କରାଯାଇଥିଲା । ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ସାଧାରଣତଃ ଏପରି ଚେତାବନୀ ଅନେକ ରାଜ୍ୟ ଧ୍ୟାନ ଦିଅନ୍ତି, କିନ୍ତୁ କେରଳ ସରକାର ଏହାକୁ ଅଣଦେଖା କରିଥିଲେ ।

ରାଜ୍ୟସଭାରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେରଳର ୱାଏନାଡରେ ହୋଇଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, "ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ସମସ୍ତଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।

Wayanada Landslides

ଏକ ସପ୍ତାହ ପୂର୍ବରୁ ଆଲର୍ଟ ଜାରି କରାଯାଇଥିଲା: ଅମିତ ଶାହ

ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଜୁଲାଇ 23ରେ କେରଳ ସରକାରଙ୍କୁ ଭାରତ ସରକାର ଚେତାବନୀ ଦେଇଥିଲେ । ଏହା ପରେ 24 ଏବଂ 25 ଜୁଲାଇରେ ମଧ୍ୟ ଏହି ଭୂସ୍ଖଳନ ନେଇ ରାଜ୍ୟ ସରକାରଙ୍କୁ ସଚେତନ ରହିବା ପାଇଁ କୁହାଯାଇଥିଲା । ଜୁଲାଇ 26 ରେ କୁହାଯାଇଥିଲା ଯେ, 20 ସେମିରୁ ଅଧିକ ବର୍ଷା ହେବ, ଭୂସ୍ଖଳନ ହେବାର ସମ୍ଭାବନା ରହିଥିବା ନେଇ ମଧ୍ୟ କୁହାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଛନ୍ତି, "ମୁଁ ଏ ବିଷୟରେ କିଛି କହିବାକୁ ଚାହୁଁ ନଥିଲି, କିନ୍ତୁ ଭାରତ ସରକାରଙ୍କ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଉପରେ ପ୍ରଶ୍ନ ଉଠିଥିଲା। ଏହା ଉପରେ ଶାହ କହିଛନ୍ତି, ଅନେକ ରାଜ୍ୟ କେନ୍ଦ୍ରର ଏପରି ନିର୍ଦ୍ଦେଶକୁ ଗୁରୁତ୍ୱ ସହ ନିଅନ୍ତି । ପୂର୍ବରୁ ମଧ୍ୟ ଏପରି ହୋଇଛି ।

ଅମିତ ଶାହା କହିଛନ୍ତି ଯେ 2014 ମସିହାରୁ ଭାରତ ସରକାର ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ପାଇଁ 2 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । 7 ଦିନ ପୂର୍ବରୁ ପ୍ରତ୍ୟେକ ରାଜ୍ୟକୁ ସୂଚନା ପଠାଯାଏ । ଏପରିକି ୱେବସାଇଟରେ ମଧ୍ୟ ସମସ୍ତଙ୍କ ପାଇଁ ସୂଚନା ଉପଲବ୍ଧ ରହିଛି । ଏଠାରେ ଉପସ୍ଥିତ ଥିବା ସମସ୍ତ ସାଂସଦଙ୍କ ପାଇଁ ମଧ୍ୟ ଉପଲବ୍ଧ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ରାଜ୍ୟ ଏହାକୁ ବ୍ୟବହାର କରିଛନ୍ତି ଏବଂ ଫଳାଫଳ ଦେଖିଛନ୍ତି। ଏହି ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଅଧୀନରେ, 23 ତାରିଖ, ମୋ ନିର୍ଦ୍ଦେଶରେ, 9 ଟି NDRF ଟିମ୍ କେରଳରେ ପହଞ୍ଚିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+