Wayanad Lok Sabha bypoll: ନଭେମ୍ବର ୧୩ରେ ୱାୟନାଡ୍ ଲୋକସଭା ଆସନ ପାଇଁ ଉପନିର୍ବାଚନ, ଇଏ ନେବେ ରାହୁଲଙ୍କ ସ୍ଥାନ
Wayanad Lok Sabha bypoll: ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଲୋକମାନେ ନଭେମ୍ବର ୨୦ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।
ନଭେମ୍ବର ୨୩ରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ। ଅନ୍ୟପଟେ ଝାରଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୧୩ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ନଭେମ୍ବର ୨୦ ରେ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ରେଜଲ୍ଟ ବାହାରିବ।

ଏଥିସହ ସେ ରେଏବରେଲୀରୁ ମଧ୍ୟ ଜିତିଥିଲେ। ରେଜଲ୍ଟ ବାହାରିବା ପରେ ତାଙ୍କୁ ୱାୟନାଡ ଆସନ ଛାଡ଼ିବାକୁ ପଡ଼ିଥିଲା। ଏଠାରେ ଆସନ ଖାଲି ପଡ଼ିଥିବାରୁ ଆଜି ନିର୍ବାଚନ କମିଶନ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ୱାୟନାଡରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ନାଣ୍ଡେଡ୍ ଆସନରୁ କଂଗ୍ରେସର ବସନ୍ତରାଓ ବଲବନ୍ତରାଓ ଚଭନ ଜିତିଥିଲେ । ତେବେ ଗତ ଅଗଷ୍ଟ ମାସରେ ତାଙ୍କର ଦେହାନ୍ତ ହୋଇଥିଲା, ଫଳରେ ଏହି ଆସନଟି ଖାଲିପଡ଼ିଛି।












Click it and Unblock the Notifications