Wayanad bypoll : ୱାୟନାଡ ଲୋକସଭା ଉପନିର୍ବାଚନ ପାଇଁ ପଡୁଛି ଭୋଟ୍, ପ୍ରିୟଙ୍କାଙ୍କ ଭାଗ୍ୟ ପରୀକ୍ଷା

ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ମତଦାନ ଚାଲିଛି । ଏହା ସହିତ ୧୦ଟି ରାଜ୍ୟର ୩୧ଟି ବିଧାନସଭା ଆସନ ଏବଂ କେରଳର ୱାୟନାଡ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ପାଇଁ ପଡୁଛି ଭୋଟ୍ । କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡ ଲୋକସଭା ଆସନରୁ ନିଜର ନିର୍ବାଚନୀ କ୍ୟାରିୟର ଆରମ୍ଭ କରିବେ । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଛାଡ଼ିବା ପରେ ଏହି ଆସନଟି ଖାଲି ରହିଥିଲା ।

କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡ ଲୋକସଭା ଆସନରୁ ନିଜର ନିର୍ବାଚନୀ କ୍ୟାରିୟର ଆରମ୍ଭ କରିବେ । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଛାଡ଼ିବା ପରେ ଏହି ଆସନଟି ଖାଲି ରହିଥିଲା ।

Wayanad by election

୧୦ଟି ରାଜ୍ୟର ବାକି ୩୧ଟି ବିଧାନସଭା ଆସନ ମଧ୍ୟରୁ ୪ଟି ଆସନ ଏସସି ପ୍ରାର୍ଥୀଙ୍କ ପାଇଁ ଓ ୬ଟି ଆସନ ଏସଟି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ଝାଡ଼ଖଣ୍ଡରେ ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୧୫ଟି ଜିଲ୍ଲାର ୪୩ଟି ଆସନ ପାଇଁ ମତଦାନ ହେବ । ରାଜ୍ୟରେ ୨.୬ କୋଟି ଭୋଟର ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬୦୯ ଜଣ ପୁରୁଷ, ୭୩ ଜଣ ମହିଳା ଓ ଜଣେ କିନ୍ନର ପ୍ରାର୍ଥୀଙ୍କୁ ମିଶାଇ ୬୮୩ ଜଣ ପ୍ରାର୍ଥୀ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୩୫ ଜଣ କୋଟିପତି ହୋଇଥିବା ବେଳେ ୧୭୪ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+