ଓ୍ୱାଏନାଡ ଭୂସ୍ଖଳନ:୮୦ ଛୁଇଁଲା ମୃତ୍ୟୁ ସଂଖ୍ୟା
Wayanad Landslides: ଓ୍ୱାଏନାଡ ଭୂସ୍ଖଳନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାରେ ଲାଗୁ ନାହିଁ ବ୍ରେକ । ୮୦ ଛୁଇଁଲା ମୃତ୍ୟୁ ସଂଖ୍ୟା, ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ସୂଚନା ରହିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସେନାର ସହାୟତା ଲୋଡିଛନ୍ତି। ଗତ କିଛି ଦିନ ହେଲା କେରଳ ଓ୍ୱାଏନାଡରେ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ପାହାଡରୁ ମାଟି ଓ ପଥର ଖସିବା ଆରମ୍ଭ କରିଥିଲା ।

ଓ୍ୱାଏନାଡ ଭୂସ୍ଖଳନ ଯୋଗୁ ଦୁଇଦିନିଆ ସରକାରୀ ଶୋକ ପାଳନ ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଜି ଏବଂ ଆସନ୍ତାକାଲି ଶୋକ ରାଜ୍ୟରେ ଶୋକ ପାଳନ କରାଯିବ । ସେହିପରି ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏବଂ ସମାରୋହ ଆଜି ଓ ଆସନ୍ତାକାଲି ସ୍ଥଗିତ ରଖାଯିବ ।
ସୂଚନା ଅନୁସାରେ, ପ୍ରବଳ ବର୍ଷା ସମୟରେ ଭୋର ପ୍ରାୟ ୧ଟାରେ ମୁଣ୍ଡାକ୍କାଇ ଟାଉନରେ ପ୍ରଥମ ଭୂସ୍ଖଳନ ଘଟିଥିଲା। ମୁଣ୍ଡାକ୍କାଇରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ବେଳେ ସକାଳ ପ୍ରାୟ ୪ଟାରେ ଚୁରଲ ମାଲାର ଏକ ସ୍କୁଲ ନିକଟରେ ଦ୍ୱିତୀୟ ଭୂସ୍ଖଳନ ଘଟିଲା। ଏକ ଶିବିର ଭାବରେ ଚାଲୁଥିବା ଏହି ବିଦ୍ୟାଳୟ ଏବଂ ଭୂସ୍ଖଳନ ହେତୁ ନିକଟସ୍ଥ ଘର ଓ ଦୋକାନରେ ପାଣି ଓ କାଦୁଅ ଭରି ରହିଥିଲା। ବର୍ତ୍ତମାନ ସମସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।
କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) କହିଛି ଯେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟରେ ବାୟୁସେନା ନିୟୋଜିତ କରାଯାଇଛି। ସିଏମଓ କହିଛନ୍ତି, "ପ୍ରବଳ ବର୍ଷା ପରେ ୱାଏନାଡରେ ଭୂସ୍ଖଳନ ଘଟିଛି। ସ୍ୱାସ୍ଥ୍ୟ ବିଭାଗ- ଜାତୀୟ ସ୍ୱାସ୍ଥ୍ୟ ମିଶନ ନିୟନ୍ତ୍ରଣ କକ୍ଷ ଖୋଲିଛି ଏବଂ ଜରୁରୀକାଳୀନ ସହାୟତା ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର ପ୍ରକାଶ ପାଇଲା
ଜାତୀୟ ସ୍ୱାସ୍ଥ୍ୟ ମିଶନ ମଧ୍ୟ ଲୋକମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି ଯାହା ନିମ୍ନଲିଖିତ ଅଟେ
9656938689
8086010833












Click it and Unblock the Notifications