Get Updates
Get notified of breaking news, exclusive insights, and must-see stories!

ୱାୟାନାଡ ଭୂସ୍ଖଳନ: ୧୫୬ରେ ପହଁଞ୍ଚିଲା ମୃତ୍ୟୁ ସଂଖ୍ୟା

କେରଳର ୱାୟାନାଡରେ ଜଳ ପ୍ରଳୟ । ପ୍ରକୃତିର ତାଣ୍ଡବ ଯୋଗୁ ଛାରଖାର ହୋଇଯାଛି ୱାୟନାଡ । କହିବାକୁ ଗଲେ ଅଞ୍ଚଳର ସବୁ ଗାଁ ଗଣ୍ଡା ଧୋଇ ହୋଇ ଯାଇଛି । ପ୍ରବଳ ବର୍ଷା ହେତୁ ସୋମବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି ଯେଉଁଥିରେ ଘର, ବ୍ରିଜ ଏବଂ ଯାନବାହନ ଧୋଇ ହୋଇଯାଇଛି ।

ୱାୟନାଡ଼ର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ଯୋଗୁଁ ସବୁକିଛି ନିଶ୍ଚିହ୍ନ ହୋଇଯାଇଛି । ଆଉ ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ଭୟଙ୍କର, ଛାତି ଥରାଇ ଦେଲା ଭଳି ଦୃଶ୍ୟ । ମାଟିରେ ମିଶିଯାଇଛି ବିସ୍ତୀର୍ଣ୍ଣ ଜନବସତି । ଧୋଇ ଯାଇଛି ରାସ୍ତାଘାଟ । ଛିନ ଛତର ରେଳ ଧାରଣା ।

Wayanad Landslide

ଭୂସ୍ଖଳନ ବିପର୍ଯ୍ୟୟ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ । ବର୍ତ୍ତମାନ ସୁଦ୍ଧା ଏହି ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି । ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଦେବଦୂତ ସାଜି ଅନେକଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ସେନା ଯବାନ ।

ଉଦ୍ଧାର କାର୍ଯ୍ୟରେ ଜି ଜାନ୍ ଲଗାଇ ମୃତ୍ୟୁ ମୁଖରୁ ଜୀବନ ଫେରାଇ ଆଣିବା ପାଇଁ ଲାଗି ପଡ଼ିଛନ୍ତି କେରଳ ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ଏବଂ ଏନଡିଆରଏଫ୍ ଟିମ୍ । ଅସ୍ଥାୟୀ ପୋଲ ତିଆରି କରି ବର୍ତ୍ତମାନ ସୁଦ୍ଧା ୧୦୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରାଗଲାଣି । ତେବେ ରେସକ୍ୟୁ ଅପରେସନରେ ପ୍ରତିବନ୍ଧକ ସାଜିଛି ଲଗାଣ ବର୍ଷା ଓ ପ୍ରତିକୂଳ ପରିସ୍ଥିତି । କେରଳ ସରକାର ଏଥିପାଇଁ ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+