ୱାୟନାଡ ଭୂସ୍ଖଳନ ; ୩୦୦ ଟପିଲା ମୃତ୍ୟୁ ସଂଖ୍ୟା, ଆଗକୁ ଆହୁରି ବଢ଼ିପାରେ

ପ୍ରକୃତିର କରାଳ ରୂପ। ସମସ୍ତେ ପ୍ରକୃତିର ଓ ଏ ପରିବେଶର ସୁନ୍ଦର ରୂପ ଦେଖିଛନ୍ତି କିନ୍ତୁ ତାହାର ଉଗ୍ରରୂପ କେତେ ଭୟଙ୍କର ହୋଇପାରେ ୱାୟନାଡ ଭୂସ୍ଖଳନ ହିଁ କହିଦେବ । କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ବନ୍ୟା ଓ ଭୂସ୍ଖଳନ ଚାଲି ଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ଛାପ। ଯେଉଁଠି ଖୋଜିଲେ, ସେଇଠୁ ମିଳୁଛି ଶବ। ସଦ୍ୟତନ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୩୦୦ ପାର୍ ହୋଇଛି।

Wayanad Landslide

ସୂଚନା ଅନୁସାରେ, ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୦୮ରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟକୁ ଚାରି ଦିନ ବିତି ସାରିଥିଲେ ମଧ୍ୟ ଏବେ ବି ମାଟି ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେପଟେ ଶତାଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇ ଥିବାବେଳେ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି।

ଭାରତୀୟ ସେନା, NDRF, କୋଷ୍ଟଗାର୍ଡ ଏବଂ ଭାରତୀୟ ନୌସେନା ମିଳିତ ଭାବେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ୱାୟନାଡ ଗସ୍ତ କରି ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି।

ପ୍ରକାଶ ଥାଉକି, ଜୁଲାଇ ୨୯ ରାତିରେ ୱାୟନାଡର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହା ପରେ ଭୂସ୍ଖଳନ ହେବାରୁ ପାଞ୍ଚଟି ଗାଁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ବିଧ୍ୱସ୍ତ ହୋଇ ଯାଇଛି। ଭୂସ୍ଖଳନ ସାଙ୍ଗକୁ ବନ୍ୟାରେ ଶତାଧିକ ଲୋକ ଭାସି ଯାଇଛନ୍ତି। ମୁଣ୍ଡାକ୍କାଇ ଏବଂ ଚୁରାଲମାଲାରେ ୩୦୦ରୁ ଅଧିକ ଘର ମାଟିରେ ମିଶି ଯାଇଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+