ୱାଏନାଡରେ ପ୍ରକୃତିର ତାଣ୍ତବ: ୨୦୫ ଛୁଇଁଲା ମୃତ୍ୟୁ ସଂଖ୍ୟା
Wayanad Landslide: ମଙ୍ଗଳବାର କେରଳର ୱାଏନାଡ ଜିଲ୍ଲାରେ ପ୍ରକୃତିର ତାଣ୍ତବ ଦେଖିବା ପାଇଁ ମିଳିଛି । ସକାଳେ ପ୍ରବଳ ବର୍ଷା ହେବାରୁ ଭୂସ୍ଖଳନ ଘଟିଥିଲା । ଏହା ପରେ ବିନାଶର ଏକ ଭୟଙ୍କର ଦୃଶ୍ୟ ଦେଖିବାପାଇଁ ମିଳିଛି । ବର୍ତ୍ତମାନ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦ ପାର କରିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦିନ ରାତି ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଶେଷ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୨୦୫ ଜଣଙ୍କ ମୃତ୍ୟୁ ଘଟିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଗଛଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁକିଛି ନଷ୍ଟ ହୋଇଯାଇଛି । ଗତ ଦୁଇ ଦିନ ମଧ୍ୟରେ ୧୫୯୨ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହୁରି ଅନେକ ଲୋକଙ୍କୁ କିଛି ଘଣ୍ଟା ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ନେଇ ଆଶା ରଖାଯାଇଛି ।
ଏଥି ସହିତ ଭୂସ୍ଖଳନରେ ଫସି ରହିଥିବା ୧୩୮୬ ଜଣଙ୍କୁ ଉଦ୍ଧାର କରାଯାଇ ସାତୋଟି ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରଣ କରାଯାଇଛି । ୨୦୧ ଜଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ୮୦୧୭ ଲୋକଙ୍କୁ ୮୨ଟି ଆଶ୍ରୟସ୍ଥଳିକୁ ସ୍ଥାନାନ୍ତରଣ କରାଯାଇଛି ।ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) କର୍ମଚାରୀ, ପୋଲିସ, ସମସ୍ତ ତିନୋଟି ସଶସ୍ତ୍ର ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସମେତ ଏକ ବିଶେଷଜ୍ଞ ଦଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି।
ୱାଏନାଡ ଜିଲ୍ଲାର ୮୨ ଟି ରିଲିଫ କ୍ୟାମ୍ପରେ ସମୁଦାୟ ୮୦୧୭ ଜଣ ଲୋକ ଅଛନ୍ତି। ଏଥିରେ ୧୯ ଜଣ ଗର୍ଭବତୀ ମହିଳା ଥିବା ନେଇ ସୂଚନା ରହିଛି । ନଦୀରେ ଭାସୁଥିବା ଏବଂ ମାଲାପୁରାମ ଜିଲ୍ଲାରୁ ମୃତଦେହ ଉଦ୍ଧାର ପାଇଁ ପ୍ରସ୍ତୁତି ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ୧୧୬୭ କର୍ମଚାରୀଙ୍କ ଏକ ଟିମ୍ ନିୟୋଜିତ ଅଛନ୍ତି । ୧୦ ଟି ଷ୍ଟେସନ ଅଧିକାରୀଙ୍କ ନେତୃତ୍ୱରେ ନିକଟସ୍ଥ ଜିଲ୍ଲାରୁ ୬୪୫ ଅଗ୍ନିଶମ କର୍ମଚାରୀ। ୯୪ NDRF କର୍ମଚାରୀ, ୧୬୭ DSC କର୍ମଚାରୀ, MEGର ୧୫୩ କର୍ମଚାରୀ ଏବଂ ଗତକାଲି କୋଷ୍ଟଗାର୍ଡ କର୍ମଚାରୀମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ତେବେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଏବଂ ସହଯୋଦ ଯୋଗାଇବା ପାଇଁ ଏକାଧିକ ଏଜେନ୍ସି ମିଳିତ ଭାବେ କାର୍ଯ୍ୟ କରିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନେକ ଲୋକ ନିଜ ଅନୂଭୁତି ବଖାଣୁଛନ୍ତି ।












Click it and Unblock the Notifications