ଓ୍ୱାୟନାଡ଼ ଉପନିର୍ବାଚନ ଫଳାଫଳ: ଆଗରେ ଅଛନ୍ତି ପ୍ରିୟଙ୍କା ଗାନ୍ଧି

Wayanad By-Election Results: କେରଳର ୱାୟନାଡ଼ ଲୋକସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆଜି ଆସୁଛି। ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗଣତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ନିର୍ବାଚନ ମୈଦାନରେ ଡେବ୍ୟୁ କରିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଆଗରେ ଥିବା ନେଇ ସୂଚନା ରହିଛି । ସେ ୪୬୦ ଭୋଟ୍‌ରେ ଆଗୁଆ ଅଛନ୍ତି ।

Priyanka Gandhi

ସୂଚନାଥାଉ ଯେ, ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହି ଆସନରୁ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଥିଲେ । ଏଠାରୁ ପ୍ରିୟଙ୍କା ଗାନ୍ଧି କଂଗ୍ରେସ ଟିକେଟରେ ନିର୍ବାଚନ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଅନ୍ୟପକ୍ଷରେ ବିଜେପି ତରଫରୁ ଯୁବ ନେତା ନବ୍ୟା ହରିଦାସଙ୍କୁ ଏଠାରେ ପ୍ରିୟଙ୍କା ବିପକ୍ଷରେ ନିର୍ବାଚନ ଲଢୁଛନ୍ତି । ଏହା ବ୍ୟତୀତ ଲେଷ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF)ର ସତ୍ୟନ ମୋକେରୀ ମଧ୍ୟ ମୈଦାନରେ ଅଛନ୍ତି। ତେ ପ୍ରାରମ୍ଭିକ ଟ୍ରେଣ୍ଡରେ ପ୍ରିୟଙ୍କା ଗାନ୍ଧି ଆଗୁଆ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+