ପ୍ରଥମଥର ପାଇଁ ଭାରତରେ ଆସନ୍ତାବର୍ଷ ଆୟୋଜନ ହେବ ୱେଭସ୍ ଶିଖର ସମ୍ମିଳନୀ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆସନ୍ତାବର୍ଷ ପ୍ରଥମଥର ପାଇଁ ଭାରତରେ ବିଶ୍ଵ ଅଡିଓ ଭିଜୁଆଲ୍ ଏଣ୍ଟରଟେନ୍ମେଣ୍ଟ ଶିଖର ସମ୍ମିଳନୀ ୱେଲ୍ସ ଆୟୋଜନ କରାଯିବ । ମନ୍କିବାତ୍ର ଗତକାଲିର ସଂସ୍କରଣରେ ଏ ସଫର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ସୃଜନଶୀଳ ପ୍ରତିଭାକୁ ବିଶ୍ୱ ଆଗରେ ପ୍ରଦର୍ଶନ କରିବାରେ ଏହା ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ ।
ଏହି ସମ୍ମିଳନୀରେ ଭାରତକୁ ବୈଶ୍ୱିକ ବିଷୟବସ୍ତୁ ସୃଷ୍ଟିର ଏକ କେନ୍ଦ୍ର ଭାବେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗଣମାଧ୍ୟମ ଏବଂ ମନୋରଂଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗଦେବେ । ୱେବ୍ ପ୍ରସ୍ତୁତିରେ ଯୁବ ନିର୍ମାତାଙ୍କର ଗୁରୁତ୍ବପୂର୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଭାରତ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବହୁ ବ୍ୟକ୍ତିବିଶେଷଙ୍କର ଉତ୍କର୍ଷ ଉପରେ ଆଲୋକପାତ କରିଥିଲେ ।












Click it and Unblock the Notifications