Get Updates
Get notified of breaking news, exclusive insights, and must-see stories!

ବାତ୍ୟା ତଉକତେ ସହ ସମୁଦ୍ର ମଝିରେ ସଙ୍ଘର୍ଷ କରିଥିଲା ଭାରତୀୟ ନୈସେନା

ସମୁଦ୍ର ମଧ୍ୟରେ barges, oil rigs ଓ ଅନ୍ୟାନ୍ୟ ନୌକାରେ ଥିବା କିଛି ଲୋକେ ବାତ୍ୟା ତଉକତେ ସମୟରେ ଫସି ରହିଥିଲେ। ସେମାନଙ୍କୁ ଭାରତୀୟ ନୌସେନାର ବୀର ଯବାନମାନେ ଉଦ୍ଧାର କରିଥିଲେ।

ନୂଆଦିଲ୍ଲୀ: ଗୁଜୁରାଟରେ ମୃତ୍ୟୁର ତାଣ୍ଡବ ରଚିଥିଲା ବାତ୍ୟା ତଉକତେ । ଆରବ ସାଗରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ପ୍ରାୟ 20 ରୁ ଅଧିକ ଜୀବନ ନେଇଛି । ଗୁଜୁରାଟ ସମେତ ମୁମ୍ବାଇର କେତେକ ଅଞ୍ଚଳକୁ ଛାରକାର କରିଦେଇଛି ତଉକତେ । ଏଥି ସହିତ ସମୁଦ୍ର ମଧ୍ୟରେ barges, oil rigs ଓ ଅନ୍ୟାନ୍ୟ ନୌକାରେ ଥିବା କିଛି ଲୋକେ ବାତ୍ୟା ତଉକତେ ସମୟରେ ଫସି ରହିଥିଲେ।

Cyclone Tauktae

ସେମାନଙ୍କୁ ଭାରତୀୟ ନୌସେନାର ବୀର ଯବାନମାନେ ଉଦ୍ଧାର କରିଥିଲେ। ଅଶାନ୍ତ ସମୁଦ୍ର, ଭୟଙ୍କର ପବନ ଓ ପ୍ରବଳ ବର୍ଷା ମଧ୍ୟରେ ଯବାନମାନେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। ସମୁଦ୍ର ଏତେ ଅଶାନ୍ତ ଥିଲା ଯେ ଦୁଇଟି ଡଙ୍ଗା ମଧ୍ୟ ବୁଡ଼ି ଯାଇଥିଲା। ଏଥିରେ ଥିବା ୧୮୮ ଜଣଙ୍କୁ ନୌସେନା ଉଦ୍ଧାର କରିଥିବା ବେଳେ ୯୩ ଜଣଙ୍କ ପତ୍ତା ଏଯାଏ ମିଳିନି। ସେମାନଙ୍କୁ ଠାବ କରିବା ପାଇଁ ଅପରେସନ ଜାରି ରହିଛି।

ଏସବୁ ଭିତରେ ତଉକତେକୁ ପୂରା ପାଖରୁ ସାମ୍ନା କରିଥିବା ଭାରତୀୟ ନୌସନା ଏହାର ଭୟଙ୍କର ଚିତ୍ର ସମ୍ପର୍କରରେ ସୂଚନା ଦେଇଛି। ଝଡ଼ ଯୋଗୁ ସମୁଦ୍ର ମଧ୍ୟରେ ଢେଉ ପ୍ରାୟ ୨୩ ଫୁଟ ଉପରକୁ ଉଠୁଥିଲା। ସେହିପରି ୦.୫ କିମି ଯାଏ ରାସ୍ତା ହିଁ ଦେଖାଯାଉଥିଲା। ଏହା ସତ୍ତ୍ୱେ ଯବାନମାନେ ଉଦ୍ଧାର କାର୍ଯ୍ୟ କରିଥିଲେ।

ସୋମବାର ସନ୍ଧ୍ୟାରେ ତଉକତେ ଗୋଟିଏ ବାରେଜ ପି-୩୦୫କୁ ସୁମଦ୍ରରେ ବୁଡ଼ାଇ ଦେଇଥିଲା। ସେହିପରି ଆଉ ଗୋଟିଏକୁ ଅଧା ଓଲଟାଇ ଦେଇଥିଲା। ଏଥିରେ ପ୍ରାୟ ୪୧୦ ଜଣ କର୍ମଚାରୀ ଥିଲେ। ଖବର ପାଇ ଜାହାଜରେ ଯବାନମାନେ ଆଗୁ ବଢ଼ିଥିଲେ। ଏ ସମ୍ପର୍କରେ କମାଣ୍ଡର ଏକେ ଝା ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+