ରାଞ୍ଚିରେ ୱାଟର ପ୍ରୁଫ୍ ରାବଣ ତିଆରି କଲେ କଳାକାର
ଳିତ ବର୍ଷ ମଧ୍ୟ ବର୍ଷାକୁ ଆଖିରେ ରଖି ୱାଟର ପ୍ରୁଫ ରାବଣ ତିଆରି କରିଛନ୍ତି କିଛି କଳାକାର । ଝାଡଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ବିଳାସପୁର ଠାରେ ପ୍ରସ୍ତୁତ ରାବଣ ବର୍ତ୍ତମାନ ଗଣମାଧ୍ୟମରେ ଶିରୋନାମା ପାଲଟିଛି।
ରାଞ୍ଚି: ଆଜି ସାରା ଦେଶରେ ପାଳନ ହୋଇଛି ଦଶହରା ବା ବିଜୟା ଦଶମୀ । କିନ୍ତୁ ଆଜି ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ପ୍ରତିବର୍ଷ ରାବଣ ପୋଡି ସମୟରେ ଅନେକ ସ୍ଥାନରେ ବର୍ଷା ହେଉଥିବା ଦେଖାଯାଏ । ଚଳିତ ବର୍ଷ ମଧ୍ୟ ବର୍ଷାକୁ ଆଖିରେ ରଖି ୱାଟର ପ୍ରୁଫ ରାବଣ ତିଆରି କରିଛନ୍ତି କିଛି କଳାକାର ।
ଝାଡଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ବିଳାସପୁର ଠାରେ ପ୍ରସ୍ତୁତ ରାବଣ ବର୍ତ୍ତମାନ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ଏହି ରାବଣ ପ୍ରସ୍ତୁତ କରିଥିବା ଜଣେ କାରିଗର କହିଛନ୍ତି ଯେ ବର୍ଷାକୁ ଦୃଷ୍ଟିରେ ରଖି ଏଥର ଜଳ ନିରୋଧ ରାବଣ ପୁତୁଳା ପ୍ରସ୍ତୁତ କରିବାକୁ କୁହାଯାଇଥିଲା।

ଦଶହରା ଅବସରରେ କୌଣସି ଅଭାବ ନହେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଜଳ ନିରୋଧ ରାବଣ ପୋଡ଼ି ଅନୁଷ୍ଠିତ ହେବ। ଏହି ରାବଣର ମୋଟ ଉଚ୍ଚତା ହେଉଛି ପ୍ରାୟ 70ଫୁଟ। ଏହା ସହିତ 65ଫୁଟ କୁମ୍ଭକର୍ଣ୍ଣ ଏବଂ 60ଫୁଟ ମେଘନାଥ ମଧ୍ୟ ପ୍ରସ୍ତୁତ କରାଯାଇଛି।












Click it and Unblock the Notifications