ସାମନାକୁ ଆସିଲା ମୋର୍ବି ପୋଲ ଦୁର୍ଘଟଣାର ସିସିଟିଭି ଫୁଟେଜ
ଦେଖନ୍ତୁ: ମୋରବୀ ପୋଲ ଭୁଶୁଡିବା ବେଳେ ଥିଲେ 500 ଲୋକ । ସିସିଟିଭିରେ କଏଦ ହୋଇଛି ଏହି ମୂହୂର୍ତ୍ତର ଦୃଶ୍ୟ।
ସୁରଟ: ରବିବାର ସନ୍ଧ୍ୟାରେ ଗୁଜୁରାଟର ମୋର୍ବିରେ ଏକ ବ୍ରିଟିଶ ଯୁଗର ସେତୁ ଭୁଶୁଡି 140 ଜଣଙ୍କର ମୃତ୍ୟୁ ଘଟିଛି। ସାମନାକୁ ଆସିଛି ଏହାର ସିସିଟିଭି ଭିଡିଓ।
ଏକ ସିସିଟିଭି ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ପୋଲରେ ଝୁଲୁଛନ୍ତି । ଏହାପରେ ହଠାତ ପୋଲଟି ଭୁଶୁଡିବା ଆରମ୍ଭ କରିଥିଲା ।

ଏହି ଦୁର୍ଘଟଣାଟି ସଂଧ୍ୟା 6.32 ସମୟରେ ହୋଇଥିବା ଜଣାପଡିଛି । ଫଳରେ କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ପୋଲରେ ଲଟକି ରହିଥିବା ବେଳେ ଅନେକ ନଦୀରେ ପଡିଯାଇଥିଲେ । ଆଉ କିଛି ଲୋକ ପହଁରି କୂଳକୁ ଆସିଯାଇଥିଲେ । ତେବେ ପୋଲର କ୍ଷମତା 125 ଥିବା ବେଳେ ଦୁର୍ଘଟଣା ବେଳେ ପୋଲରେ ଥିବା ପ୍ରାୟ 500 ଲୋକ । ଯାହା ବର୍ତ୍ତମାନ ଚର୍ଚ୍ଚର ବିଷୟ ପାଲଟିଛି ।
CCTV footage of moment before #Morbi bridge collapse. Deeply painful! 👇 pic.twitter.com/vtzuPvQ4B8
— YSR (@ysathishreddy) October 31, 2022
ସାତ ମାସର ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପରେ, ଅକ୍ଟୋବର 26 ତାରିଖରେ ଲୋକଙ୍କ ପାଇଁ ଖୋଲିିଥିଲା ଏହି 150 ବର୍ଷର ପୋଲ । ବ୍ରିଜ୍ ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତ ଘରୋଇ କମ୍ପାନୀ ମୋର୍ବି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିରୁ ଜଣାପଡିଛି ଯେ ସମୟ ପୂର୍ବରୁ ସେତୁପୁନଃ ଖୋଲାଯାଇଥିଲା। ମୋର୍ବି ମ୍ୟୁନିସିପାଲିଟିର ମୁଖ୍ୟ ଅଧିକାରୀ ସନ୍ଦୀପସିଂହ ଜାଲା କହିଛନ୍ତି ଯେ କମ୍ପାନୀ ପୋଲକୁ ପୁନଃ ଖୋଲିବା ବିଷୟରେ କର୍ତ୍ତୃପକ୍ଷଙ୍କୁ ଜଣାଇ ନାହିଁ ଏବଂ ଏହା କରିବା ପାଇଁ ତାଙ୍କୁ କୌଣସି ସାର୍ଟିଫିକେଟ୍ ପ୍ରଦାନ କରାଯାଇ ନାହିଁ।












Click it and Unblock the Notifications