କଙ୍ଗନା ରଣାୱତଙ୍କୁ ଡେଟ୍ କରୁଥିଲେ ଏହି ଚର୍ଚ୍ଚିତ ରାଜନେତା !
Chirag Paswan and Kangana Ranaut: ବଲିଉଡରେ ନିଜ ଭାଗ୍ୟ ପରୀକ୍ଷା କରିବା ପରେ ବର୍ତ୍ତମାନ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଚିରାଗ ପାସୱାନ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଟ୍ରେଣ୍ତରେ ରହିଛନ୍ତି । ବିହାରର ପ୍ରତିଜ୍ଞାକାରୀ ଯୁବ ନେତାଙ୍କ ମଧ୍ୟରେ ଚିରାଗ ପାସୱାନ୍ ଗଣନା କରାଯାଏ । ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନ୍ ଲୋକମାନଙ୍କ ମଧ୍ୟରେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି । 2024 ଲୋକସଭା ନିର୍ବାଚନରେ ବିଜୟ ଲାଭ କରିବା ପରେ ସେ ଲାଇମ ଲାଇଟରେ ରହି ଆସିଛନ୍ତି ।
ଚିରାଗ ପାସୱାନ୍ 2011 ମସିହାରେ କଙ୍ଗନା ରଣାୱତଙ୍କ ସହିତ ନିଜ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ଫିଲ୍ମ ମିଲେ ନା ମିଲେ ହମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ହେଲେ ଏହାକୁ କିଛି ଖାସ ପ୍ରତିକ୍ରିୟା ମିଳିନଥିଲା । ଏହା ସହିତ ତାଙ୍କର ଅଭିନୟ କ୍ୟାରିୟର ମଧ୍ୟ କିଛି ଖାସ୍ ଟ୍ରାକରେ ଚାଲି ନଥିଲା ।
41 ବର୍ଷିୟ ଚିରାଗ ପାସୱାନଙ୍କ ଲୋକପ୍ରିୟତା କେବଳ ରାଜନୀତିରେ ନୁହେଁ ମହିଳା ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ଖୁବ୍ ଅଧିକ ରହିଛି । ଚିରାଗ ପାସୱାନ୍ ଜଣେ ଅତି ସୁନ୍ଦର ଏବଂ ସ୍ମାର୍ଟ ନେତା । ଯେଉଁଥି ପାଇଁ ତାଙ୍କ ଫିମେଲ୍ ଫଲୋର୍ସ ସଂଖ୍ୟା ଅଧିକ । ବର୍ତ୍ତମାନ ପର୍ଯ୍ୟନ୍ତ ଚିରାଗ ପାସୱାନଙ୍କ ନାମ ଦୁଇ ମହିଳାଙ୍କ ସହ ଚର୍ଚ୍ଚା ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟରେ ବିରାଟ କୋହଲି, ଦୀପିକା ପାଦୁକୋଣ ଏବଂ ସାନିଆ ମିର୍ଜାଙ୍କ ସହ ଚିରାଗ ପାସୱାନ ଦେଶର 8 ଜଣ ପ୍ରଭାବଶାଳୀ ଯୁବ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଚିରାଗ ପାସୱାନ ତାଙ୍କ ସହପାଠୀ ରଂଜନା ସିହ୍ନାଙ୍କୁ ପସନ୍ଦ କରୁଥିଲେ । ଏନେଇ କୌଣସି ପ୍ରମାଣ ମିଳି ନାହିଁ । ହେଲେ ଉଭୟଙ୍କ ନାଁ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ । କୁହାଯାଏ ଯେ ଉଭୟ ଏକ ସମୟରେ ସଂପର୍କରେ ଥିଲେ । ହେଲେ ରଂଜନାଙ୍କ ପରିବାର ସଦସ୍ୟଙ୍କ ଯୋଗୁଁ ଉଭୟଙ୍କ ବ୍ରେକଅପ୍ ହୋଇଯାଇଥିଲା ।
ଏହା ପରେ ଚିରାଗ ପାସୱାନଙ୍କ ନାମ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଜୋଡା ଯାଇଥିଲା । 2011 ରେ ମୁକ୍ତିଲାଭ କରିଥିବା ଫିଲ୍ମ ମିଲେ ନା ମିଲେ ହମରେ ଦୁହେଁ ଏକାଠି କାମ କରିଥିଲେ। ଯଦିଓ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ହେଲେ ଲୋକମାନେ ଏହି ଯୋଡିକୁ ନେଇ ଚର୍ଚ୍ଚା କରିବା ଆରମ୍ଭ କରିଦେଇଥିଲେ ।
ଅନେକ ରିପୋର୍ଟରେ କୁହାଯାଇଥିଲା ଯେ, ଫିଲ୍ମର ସୁଟିଂ ପରଠାରୁ କଙ୍ଗନା ରଣାୱତ ଏବଂ ଚିରାଗ ପାସୱାନ ପରସ୍ପରର ନିକଟତର ହେବାକୁ ଲାଗିଥିଲେ । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବା ପାଇଁ ମଧ୍ୟ ମିଳିଛି । ଚିରାଗ ପାସୱାନ୍ ମଧ୍ୟ ତାଙ୍କର ବିଶେଷ ବନ୍ଧୁ କଙ୍ଗନା ରଣାୱତଙ୍କୁ ତାଙ୍କ ପିତାମାତାଙ୍କୁ ସହ ଭେଟ କରାଇଥିଲେ । ହେଲେ ବିବାହ ପର୍ଯ୍ୟନ୍ତ ଯାଇନଥିଲା କଙ୍ଗନା-ଚିରାଗଙ୍କ ସମ୍ପର୍କ । ଲୋକସଭା ନିର୍ବାଚନ 2024 ଜିତିବା ପରେ ଉଭୟ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ପରସ୍ପରକୁ ଆଲିଙ୍ଗନ ମଧ୍ୟ କରିଥିଲେ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications