ଇସ୍ରାଏଲରେ ଯୁଦ୍ଧ ଆତଙ୍କ ; ଲେବାନନ୍ ଛାଡ଼ିବାକୁ ଭାରତୀୟ ନାଗରିକଙ୍କୁ ନିର୍ଦ୍ଦେଶ ଦେଲା ଭାରତୀୟ ଦୂତାବସ
ଇସ୍ରାଏଲ ଲେବାନନରେ ଏୟାର ଷ୍ଟ୍ରାଇକକୁ ତୀବ୍ର କରିଛି। ହେଜ୍ବୋଲ୍ଲା ମଧ୍ୟ କ୍ରମାଗତ ଭାବରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ସେଠାରେ ଅବସ୍ଥା କ୍ରମାଗତ ଭାବେ ଖରାପ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ସେଠାରେ ରହୁଥିବା ନାଗରିକମାନଙ୍କୁ ଦେଶ ଛାଡିବାକୁ କହିଛନ୍ତି।

ଏହା ବ୍ୟତୀତ ଅଧିକ ସୂଚନା ନ ଆସିବା ପର୍ଯ୍ୟନ୍ତ ଲେବାନନ ଯାତ୍ରା ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଖରାପ ପରିସ୍ଥିତି ମଧ୍ୟରେ ଏଠାରେ ରହିବାକୁ ଚାହୁଁଥିବା ଲୋକଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ଏବଂ ଦୂତାବାସ ସହ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ସାହାଯ୍ୟ ପାଇଁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି। ଯେଉଁମାନେ କୌଣସି କାରଣରୁ ସେଠାରେ ରୁହନ୍ତି ସେମାନଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ, ସେମାନଙ୍କର ଗତିବିଧିକୁ ସୀମିତ ରଖିବାକୁ ଏବଂ ବେରୁଟରେ ଭାରତର ଦୂତାବାସକୁ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଇମେଲ ID- [email protected] କିମ୍ବା ଜରୁରୀକାଳୀନ ଫୋନ ନମ୍ବର +96176860128 ମାଧ୍ୟମରେ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି।












Click it and Unblock the Notifications