ନୀତୀଶଙ୍କୁ କଟାକ୍ଷ କଲେ ରାବ୍ରୀ ଦେବୀ, କହିଲେ ନୀତିଶଙ୍କ ବଦଳରେ ନିଶାନ୍ତ ହୁଅନ୍ତୁ ମୁଖ୍ୟମନ୍ତ୍ରୀ
ହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ରାଷ୍ଟ୍ରୀୟ ସଙ୍ଗୀତ ବୋଲାଯାଉଥିବା ସମୟରେ ବିହାରର ମୁଖ୍ୟମନ୍ତ୍ରୀ ଛିଡ଼ା ତ ହୋଇନଥିଲେ ବରଂ ସଚିବଙ୍କ ସହ ଆଲୋଚନା କରୁଥିଲେ । ଯାହାକୁ ନେଇ ପୂରା ଭାରତରେ ଚର୍ଚ୍ଚା ବଢିଥିବା ବେଳେ ସୋସିଆଲ ମିଡିଆରେ ବି ଭିଡ଼ିଓ ଭାଇରାଲ ହୋଇଥିଲା ।
ଏହାପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲାଲୁଙ୍କ ପତ୍ନୀ ରାବ୍ରି ଦେବୀ କହିଛନ୍ତି, ନୀତିଶ କୁମାର ଅସୁସ୍ଥ ପରି ମନେ ହେଉଛନ୍ତି । ତେଣୁ ତାଙ୍କ ପୁଅ ନିଶାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଏବେ ଦିଅନ୍ତୁ । ହେଲେ ସେ ଏମିତି କାହିଁକି ବୟାନ ଦେଲେ । ବିହାର ରାଜନୀତିରେ କି ସମୀକରଣ ଚାଲିଛି ସେନେଇ ଜୋରଦାର ଚର୍ଚ୍ଚା ହେଉଛି ।
ନୀତିଶ କୁମାର ରାବିଡି ଦେବୀଙ୍କୁ କଟାକ୍ଷ କରି କହିଥିଲେ କି, ପାର୍ଟି ତୁମ ସ୍ୱାମୀଙ୍କର ଓ ତୁମେ ତାଙ୍କ କ୍ଷମତାରେ ଏଠି ପହଂଚିପାରିଛ । ତେଣୁ ତୁମକୁ ଗୁରୁତର ସହ ନିଆଯାଇପାରିବ ନାହିଁ। ବିହାର ବିଧାନପରିଷଦରେ ଆଲୋଚନା ଚାଲିଥିବା ବେଳେ ନୀତିଶ କୁମାର କହିଥିଲେ କି, ମହାମେଣ୍ଟର ସଦସ୍ୟମାନେ ଏନଡିଏ ଓ ବିଜେପିକୁ ସଂରକ୍ଷଣ ଚୋର କହୁଛନ୍ତି, ଏହାପରେ ସେ ଆରଜେଡି ବାବଦରେ କିଛି କହିବାକୁ ଯାଉଥିବା ବେଳେ ରାବିଡି ଦେବୀ ଠିଆ ହୋଇପଡିଥିଲେ ।

ଏହାଦେଖି ନୀତିଶ କୁମାର ରାବିଡି ଦେବୀଙ୍କ ଉପରେ ବର୍ଷିଥିଲେ । ନୀତିଶ ରାବିଡି ଦେବୀଙ୍କୁ ଇଙ୍ଗିତ କରି ନିଜ ଚେୟାରରେ ବସିପଡ ବୋଲି କହିଥିଲେ । ପାର୍ଟି ତୁମ ସ୍ୱାମୀଙ୍କର ତୁମେ କିଛି ନୁହେଁ ବୋଲି କଟାକ୍ଷ ମଧ୍ୟ କରିଥିଲେ ।












Click it and Unblock the Notifications