ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର

ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ଭାରତୀୟ ବଜାର ଉପରେ ସିଧାସଳଖ ପ୍ରଭାବ ପକାଇବା ଆରମ୍ଭ କରିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଭାରତର ୫ ବିଲିୟନ ଡଲାରର ପ୍ୟାକେଜ୍ଡ ୱାଟର ବଜାର ଉପରେ ଏହି ଯୁଦ୍ଧରଫ୍ରଭାବ ପଡିବା ଆରମ୍ଭ ହୋଇଛି। ପ୍ଲାଷ୍ଟିକ୍ ବୋତଲ ଠାରୁ ଆରମ୍ଭ କରି ଠିପି,ଲେବଲ୍ ଏବଂ କାର୍ଡବୋର୍ଡ ବାକ୍ସ ଭଳି ସାମଗ୍ରୀର ଦାମ୍ ବୃଦ୍ଧି ପାଇଛି।

Water

ଗ୍ରାହକଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ଖୁଚୁରା ବଜାରରେ ଏବେ ସୁଦ୍ଧା ଦର ବଢ଼ିନଥିଲେ ମଧ୍ୟ ବଡ଼ କମ୍ପାନୀଗୁଡ଼ିକ ଏହି କ୍ଷତି ସହୁଛନ୍ତି। ତେବେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ପ୍ୟାକେଜ୍ଡ ଡ୍ରିଙ୍କିଙ୍ଗ୍ ୱାଟର ମାନୁଫ୍ୟାକ୍ଚରର୍ସ ଆସୋସିଏସନର ସୂଚନା ଅନୁଯାୟୀ,ଦେଶର ପ୍ରାୟ ୨,୦୦୦ ଛୋଟ ପାଣି ବୋତଲ ନିର୍ମାତା ସେମାନଙ୍କର ବିକ୍ରେତା ମାନଙ୍କ ପାଇଁ ବୋତଲ ପିଛା ୧ ଟଙ୍କା ଦର ବୃଦ୍ଧି କରିସାରିଛନ୍ତି। ଆଗାମୀ ଦିନରେ ଏହା ଆହୁରି ୧୦ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସାଧାରଣତଃ ଗ୍ରାହକମାନେ ଏକ ଲିଟର ପାଣି ବୋତଲ ପାଇଁ ୨୦ ଟଙ୍କା ଦେଇଥାନ୍ତି। ଆସୋସିଏସନର ସାଧାରଣ ସମ୍ପାଦକ ଅପୂର୍ବ ଦୋଶୀ କହିଛନ୍ତି, "ବର୍ତ୍ତମାନ ବଜାରରେ ଏକ ଅସ୍ଥିରତା ଦେଖାଦେଇଛି ଏବଂ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଗ୍ରାହକଙ୍କ ପାଇଁ ମଧ୍ୟ ଦାମ୍ ବଢ଼ିବ।"

କାହିଁକି ବଢ଼ୁଛି ଦାମ୍?

କଞ୍ଚାମାଲ ମହଙ୍ଗା: ପ୍ଲାଷ୍ଟିକ୍ ବୋତଲ ତିଆରି ସାମଗ୍ରୀର ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି ପାଇ କିଲୋଗ୍ରାମ ପିଛା ୧୭୦ ଟଙ୍କାରେ ପହଞ୍ଚିଛି।

*ଠିପି ଓ ପ୍ୟାକିଂ ବ୍ୟୟବହୁଳ: ବୋତଲ ଠିପିର ମୂଲ୍ୟ ଦ୍ୱିଗୁଣିତ ହୋଇ ଗୋଟିକୁ ୦.୪୫ ଟଙ୍କା ହୋଇଯାଇଛି। କେବଳ ସେତିକି ନୁହେଁ,ପ୍ୟାକିଂ ପାଇଁ ବ୍ୟବହୃତ କାର୍ଡବୋର୍ଡ ବାକ୍ସ ଏବଂ ଅଠା ଟେପର ଦାମ୍ ମଧ୍ୟ ବଢ଼ିଛି।

ପ୍ରିମିୟମ୍ ପାଣି ବୋତଲ ଉପରେ ବି ପଡ଼ିଛି ମାଡ଼

ବିସ୍ଲେରୀ,କିନଲେ,ଆକ୍ୱାଫିନା,ରିଲାଏନ୍ସ ଏବଂ ଟାଟା ଭଳି ବଡ଼ ବ୍ରାଣ୍ଡ୍ ସହ ପ୍ରିମିୟମ୍ ମିନେରାଲ୍ ୱାଟର ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଭାରତରେ ଏହା ଏକ ୪୦୦ ନିୟୁତ ଡଲାରର ବ୍ୟବସାୟ। ଆରାବଳୀ ପର୍ବତରୁ ପାଣି ସଂଗ୍ରହ କରୁଥିବା କମ୍ପାନୀ'ଆଭା'ଏହାର ରିସେଲରଙ୍କ ପାଇଁ ୧୮ ପ୍ରତିଶତ ଦାମ୍ ବଢ଼ାଇଛି। କମ୍ପାନୀର ସିଇଓ ସିରୟ ମେହେଟ୍ଟା କହିଛନ୍ତି ଯେ,ଗ୍ରାହକ ନ ହରାଇବା ପାଇଁ ଅଧିକାଂଶ ନିର୍ମାତା ୪୦ ରୁ ୫୦ ପ୍ରତିଶତ ଅତିରିକ୍ତ ଖର୍ଚ୍ଚ ନିଜେ ସହୁଛନ୍ତି,କିନ୍ତୁ ଖରାଦିନ ପୂର୍ବରୁ ଏହା ପାନୀୟ ଜଳ ଶିଳ୍ପ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି।

ସେହିପରି 'କ୍ଲିୟର୍ ପ୍ରିମିୟମ୍ ୱାଟର'ନିଜର ବିତରକମାନଙ୍କୁ ନୋଟିସ୍ ଦେଇ ସ୍ପଷ୍ଟ କରିଛି ଯେ,ପ୍ୟାକେଜିଂ ଏବଂ ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲ ଦରରେ ଅହେତୁକ ବୃଦ୍ଧି ଘଟିଥିବାରୁ,ପୁରୁଣା ଦାମରେ ଉତ୍ପାଦ ବିକ୍ରି କରି କ୍ଷତି ସହିବା କମ୍ପାନୀ ପାଇଁ ଆଉ ସମ୍ଭବ ନୁହେଁ। ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଯେଉଁଠି ୭୦ ପ୍ରତିଶତ ଭୂତଳ ଜଳ ପ୍ରଦୂଷିତ,ସେଠାରେ ବୋତଲ ପାଣି ଉପରେ ଲୋକଙ୍କ ନିର୍ଭରଶୀଳତା ଅଧିକ ଥିବାରୁ ଦର ବୃଦ୍ଧି ସାଧାରଣ ଗ୍ରାହକଙ୍କ ପକେଟ୍ ଉପରେ ବୋଝ ପକାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+