ଓ୍ୱକଫ୍ ବିଲ୍‌କୁ ନେଇ ବିଜେପି-ଟିଏମ୍‌ସି ମୁହାଁମୁହିଁ, ବୋତଲ ଭାଙ୍ଗିଲେ ଟିଏମସି ସାଂସଦ

କୋଲକାତା: ୱକଫ ସଂଶୋଧନ ବିଲ୍ ଉପରେ ଜେପିସି ବୈଠକରେ ପୁଣି ଆଲୋଡ଼ନ ସୃଷ୍ଟି ହୋଇଛି। ମୁହାଁମୁହିଁ ହେଲେ ବିଜେପି ଓ ଟିଏମ୍‌ସି। ରାଗିଗଲେ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ। ରାଗିଯାଇ ଭାଙ୍ଗି ଦେଲେ କାଚ ବୋତଲ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି । ବୈଠକ ସମୟରେ ଅବସରପ୍ରାପ୍ତ ବିଚାରପତି ଗାଙ୍ଗୁଲି ଓ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା ଏବଂ ପରେ କ୍ରୋଧରେ କଲ୍ୟାଣ ବାନାର୍ଜୀ ଟେବୁଲ ଉପରେ ଥିବା ପାଣି ବୋତଲକୁ ଏତେ ଜୋରରେ ପିଟି ଦେଇଥିଲେ ଯେ ତାଙ୍କ ନିଜ ହାତ କଟିଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ଅନେକ ଅବସରପ୍ରାପ୍ତ ବିଚାରପତି, ଲିଗାଲ ଏକ୍ସପର୍ଟ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ସେମାନେ ନିଜ ନିଜ କଥା ରଖୁଥିଲେ। ଏହି ସମୟରେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ମଝିରୁ ଠିଆ ହୋଇ ମୋତେ କିଛି ପଚାରିବାର ଅଛି ବୋଲି କହିଥିଲେ। ଆପଣ ଅନେକ ଥର କହି ସାରିଛନ୍ତି କହି ତାଙ୍କୁ ଚେୟାରମେନ୍‌ ବାରଣ କରିଥିଲେ।

kalyan banarjee

ସେପଟେ ଏହାକୁ ନେଇ ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟ ମଧ୍ୟ ଆପତ୍ତି ଉଠାଇଥିଲେ। ଏହାକୁ ନେଇ କଲ୍ୟାଣ ବାନାର୍ଜୀ ଓ ଅଭିଜିତଙ୍କ ମଧ୍ୟରେ ତୁତୁମେଁମେଁ ଆରମ୍ଭ ହୋଇଯାଇଥିଲା। ଏହାରି ଭିତରେ ଟିଏମ୍‌ସି ସାଂସଦ ରାଗି ଯାଇ ପାଖରେ ଥିବା କାଚ ପାଣି ବୋତଲକୁ ଉଠାଇ ତଳେ କଚାଡି ଦେଇଥିଲେ। ଏଥିସହ ଚେୟାରମେନ୍‌ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ଏହି ଦୁର୍ଘଟଣାରେ ସେ ଖୋଦ୍‌ ଆହାତ ହୋଇଥିଲେ। ଏହି ଘଟଣା ପରେ କିଛି ସମୟ ପାଇଁ ବୈଠକକୁ ସ୍ଥଗିତ ରଖାଯାଇଥିଲା।

ଏହାପୂର୍ବରୁ ସୋମବାର ମଧ୍ୟ ଏହି ସଭାରେ ହଙ୍ଗାମା ହୋଇଥିଲା। ସଂଖ୍ୟାଲଘୁ ମନ୍ତ୍ରଣାଳୟର ଉପସ୍ଥାପନା ସମୟରେ ଶାସକ ବିଜେପି ଏବଂ ଏନଡିଏ ସାଂସଦ ଏବଂ ବିରୋଧୀ ଦଳର ସାଂସଦଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ଏହି ବିଲ୍ କେବଳ ରାଜନୈତିକ କାରଣରୁ ଏବଂ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଛି। ଏହି ସମୟରେ ବିଜେପିର ସାଂସଦ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ବିତର୍କ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+