ଆଜି ଦିନ ୧ଟାରେ ରାଜ୍ୟସଭାରେ ଆଗତ ହେବ ୱାକଫ ବିଲ୍

Waqf Bill: ଆଜି ଦିନ ୧ଟାରେ ରାଜ୍ୟସଭାରେ ୱାକଫ ବିଲ୍ ଆଗତ ହେବ। କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ଆଜି ଅପରାହ୍ନ ୧ଟାରେ ରାଜ୍ୟସଭାରେ ୱାକଫ ବିଲ୍ ଆଗତ କରିବେ। ଲୋକସଭାରେ ୱାକଫ୍ ବିଲ୍ ୨୦୨୫ ଗୃହୀତ ହୋଇଛି । ବିଲ୍ ସପକ୍ଷରେ ୨୮୮ଟି ଭୋଟ୍ ପଡ଼ିଥିବା ବେଳେ ବିଲ୍ ବିପକ୍ଷରେ ୨୩୨ଟି ଭୋଟ୍ ପଡ଼ିଛି । ବିଳମ୍ବିତ ରାତିରେ ଲୋକସଭାରେ ସଂଶୋଧିତ ୱାକଫ୍ ବିଲ୍ ପାରିତ ହେବା ହୋଇଥିଲା । ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ୱାକଫ୍ ବିଲ୍ ।

Waqf Bill

ପ୍ରାୟ ୧୧ ଘଣ୍ଟାର ଚର୍ଚ୍ଚା ପରେ ଗୃହରେ ୱାକଫ ବିଲ୍ ଆଗତ ହୋଇଥିଲା ପରେ ଭୋଟିଂ ହୋଇଥିଲା । ବିରୋଧୀ ସାଂସଦ ମାନେ ଏହାକୁ ତୀବ୍ର ବିରୋଧ କରିବା ସତ୍ୱେ ବିଜେପି ଏବଂ ଏହାର ସହଯୋଗୀମାନେ ଏହି ବିଲକୁ ଦୃଢ ସମର୍ଥନ କରିଥିଲେ ଏବଂ ଏହି ବିଲ୍ ସ୍ୱଚ୍ଛତା ଆଣିବା ସହ ୱକଫ ବୋର୍ଡର କାର୍ଯ୍ୟଦକ୍ଷତା ବୃଦ୍ଧି କରିବ ବୋଲି ଦାବି ରଖିଥିଲେ ।

ବିଲ୍ ରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, କେବଳ ଆଇନଗତ ମାଲିକାନା ଥିବା ବ୍ୟକ୍ତିମାନେ ୱାକଫ୍ ସୃଷ୍ଟି କରିପାରିବେ, ଯାହା ଦ୍ବାରା ଅସ୍ପଷ୍ଟ ସମ୍ପତ୍ତି ଦାବିରୁ ବିବାଦକୁ ରୋକାଯାଇପାରିବ। ୱାକଫ୍ ଘୋଷିତ ସମ୍ପତ୍ତି, ଆଇନ୍ ଲାଗୁ ହେବା ପୂର୍ବରୁ କିମ୍ବା ପରେ, ସରକାରୀ ଜମି ଅନ୍ତର୍ଭୂକ୍ତ କରିପାରିବ ନାହିଁ। ୱାକଫ ଏବଂ ସରକାରୀ ସମ୍ପତ୍ତି ମଧ୍ୟରେ ଜମି ବିବାଦର ସମାଧାନ କରିବାର ଅଧିକାର ୱାକଫ୍ ଟ୍ରିବ୍ୟୁନାଲରୁ ଜିଲ୍ଲାପାଳମାନଙ୍କ ନିକଟକୁ ଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+