Waqf (Amendment) Bill: ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ

ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ କଲେ କେନ୍ଦ୍ର ସରକାର। ୮ ଘଣ୍ଟା ଧରି ୱାକଫ୍ ସଂଶୋଧନ ବିଲ୍ ଉପରେ ହେବ ଆଲୋଚନା। ନିଜ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ବିଜେପି ଓ କଂଗ୍ରେସର ହ୍ବିପ୍ ଜାରି।

Waqf Amendment Bill introduced in Lok Sabha

ଗୃହରେ ବିଲ୍ ଆଗତ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ଗୃହରେ ବିଲ୍ ଉପସ୍ଥାପନ ପରେ ବିଲ୍ ଉପରେ ଆଲୋଚନା ଜାରି ରହିଛି ।ତେବେ ବିଲକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଏହି ବିଲକୁ ନେଇ ପ୍ରଥମେ ଆପତ୍ତି ଉଠାଇଥିଲା କଂଗ୍ରେସ । ୮ଘଣ୍ଟା ଧରି ବିଲ୍ ଉପରେ ହେବ ଚର୍ଚ୍ଚା ।

କ'ଣ ଏହି ୱାକଫ୍ ବିଲ୍ ?

ଆରବ ଭାଷାର 'ୱକୁଫା' ଶବ୍ଦରୁ ଏହା ଉଦ୍ଧୃତ ହୋଇଛି ଯାହାର ଅର୍ଥ ହେଉଛି 'ରହିବା'। ୱାକଫ୍ ଅର୍ଥ ଟ୍ରଷ୍ଟ ବା ବିଶ୍ବାସ। ସମ୍ପତ୍ତିକୁ ଜନକଲ୍ୟାଣ ପାଇଁ ସମର୍ପଣ କରିବା । ୱାକଫ୍ ସେହି ସମ୍ପତ୍ତିକୁ ବୁଝାଏ , ଯାହା ଇସଲାମ ଧର୍ମକୁ ମାନୁଥିବା ବ୍ୟକ୍ତି ବିଶେଷ ଦାନ କରିଥାନ୍ତି । ଏଥିରେ ଉଭୟ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ଏହି ସମ୍ପତ୍ତିକୁ ୱାକଫ୍ ବୋର୍ଡ ମାଧ୍ୟମରେ ଦାନ କରାଯାଏ । ଏହାର ରକ୍ଷଣାବେକ୍ଷଣ ୱାକଫ୍ ବୋର୍ଡ ହିଁ କରିଥାଏ।

କିଏ ଦେଇପାରିବେ ଡୋନେସନ୍?

କୌଣସି ମୁସଲମାନ୍ ଧର୍ମର ବ୍ୟକ୍ତି ସ୍ବଇଚ୍ଛାରେ ନିଜର ସମ୍ପତ୍ତି ଦାନ ସୂତ୍ରରେ ଦେଇପାରିବେ। ଏଥିରେ କୌଣସି ଜୋର ଜବରଦସ୍ତି ନଥାଏ। ବର୍ଷକର ପୂରା ଉପାର୍ଜନରୁ ଅଢେଇ ପ୍ରତିଶତ ଲୋକକଲ୍ୟାଣ ପାଇଁ ଦାନ କରାଯାଏ। ଏକ ସମୟରେ ଏହି ବୋର୍ଡ ସ୍ବଚ୍ଛଳ ଜୀବନ ବିତାଉଥିବା ମୁସଲମାନଙ୍କ ପାଇଁ ପ୍ରଯୁଜ୍ୟ ଥିଲା ।

ୱକଫ୍ ବୋର୍ଡ କିପରି କାର୍ଯ୍ୟ କରେ?

L ଉଭୟ ସିଆ ଓ ସୁନି ସମ୍ପ୍ରଦାୟର ୱାକଫ୍ ବୋର୍ଡ ରହିଛି । ଏଥିରେ ଏକାଧିକ ମେମ୍ବର ରହିଥାନ୍ତି । ଏମାନଙ୍କର କାମ ହେଉଛି ଦାନ ସୂତ୍ରରେ ଆସୁଥିବା ସମ୍ପତ୍ତିର ଉଚିତ ରକ୍ଷଣାବେକ୍ଷଣ କରିବା ସହ ତାକୁ ଆବଶ୍ୟକ କାର୍ଯ୍ୟରେ ବିନିଯୋଗ କରିବା। ଏହି ସମ୍ପତ୍ତିରେ ଗରୀବ, ଅସହାୟଙ୍କୁ ସାହାଯ୍ୟ କରାଯାଏ। ଏହାସହ ଧାର୍ମିକ ସଂସ୍ଥା ଓ ଶିକ୍ଷା ବ୍ୟବସ୍ଥାର ବିକାଶ କରାଯାଏ । କେନ୍ଦ୍ରର ରିପୋର୍ଟ ମୁତାବକ, ଏବେ ଦେଶରେ ୩୨ ଟି ୱାକଫ୍ ବୋର୍ଡ କାମ କରୁଛି ।

ୱକଫ୍ ବୋର୍ଡ ପାଖରେ ସମ୍ପତ୍ତି କେତେ?

ୱାକଫ୍ ମ୍ୟାନେଜମେଣ୍ଟ ସିଷ୍ଟମ ଅଫ୍ ଇଣ୍ଡିଆର ଡାଟା ମୁତାବକ, ଆମ ଦେଶରେ ଥିବା ୱକଫ୍ ବୋର୍ଡ ପାଖରେ ପାଖାପାଖି ୮,୫୫,୦୦୦ ରୁ ଅଧିକ ସମ୍ପତ୍ତି ରହିଛି । ସେନା ଓ ରେଲୱେ ପରେ ୱାକଫ୍ ସବୁଠୁ ଅଧିକ ସମ୍ପତ୍ତିର ମାଲିକ। ଦେଶର ସବୁ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ୱକଫ୍ ପାଖରେ ସବୁଠୁ ଅଧିକ ସମ୍ପତ୍ତି ରହିଛି । ପ୍ରତିବର୍ଷ ହଜାରେରୁ ଅଧିକ ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତି ସମ୍ପତ୍ତି ଦାନ କରିଥାନ୍ତି। ବର୍ଷକୁ ବର୍ଷ ୱକଫ୍ ବେଶର୍ଡର ସମ୍ପତ୍ତି ବଢିବାରେ ଲାଗିଛି।

ମୋଦି ସରକାର ୱାକଫ୍ ବୋର୍ଡରେ ସଂଶୋଧନ କରିବାକୁ ଚାହୁଁଛନ୍ତି । ଅର୍ଥ ଏହାର ସୀମା ନିର୍ଦ୍ଧାରଣ କରିବାକୁ ଯାଉଛି । ଏହାର ଅସୀମିତ ଅଧିକାରକୁ ସୀମତି କରଯିବ। ଏହି ଆଧାରରେ ୱକଫ୍ ବୋର୍ଡର ସମ୍ପତ୍ତିର ଭେରିଫିକେସନ୍ ହେବା ସହ ବ୍ୟକ୍ତିଗତ ସମ୍ପତ୍ତିର ମଧ୍ୟ ଭେରିଫିକେସନ୍ ହେବ । ଫଳରେ ନିଜର ସମ୍ପତ୍ତି ହରାଇଥିବା ଲୋକଙ୍କୁ ନ୍ୟାୟ ମିଳିବ । ଯାହାକୁ ନେଇ ଏବେ ମୁସଲମାନ୍ ସମ୍ପ୍ରଦାୟ ବିରୋଧ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+