'ୱାକଫ ବିଲ୍'କୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ମୁସଲମାନ, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା
Waqf Amendment Bill: ଲୋକସଭା ଏବଂ ରାଜ୍ୟସଭାରେ ୱାକଫ ସଂଶୋଧନ ବିଲ୍ ପାରିତ ହେବା ପରେ ଆରମ୍ଭ ହୋଇଯାଇଛି ବିବାଦ । ଅନେକ ସ୍ଥାନରେ ଏହି ବିଲକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ । କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ମୁସଲିମ ସଂଗଠନଗୁଡ଼ିକ ୱାକଫ ବିଲ୍ ବିରୋଧରେ ପ୍ରତିବାଦ କରୁଥିବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି ।
ସେହିପରି ୱାକଫ ଆଇନରେ ପରିବର୍ତ୍ତନ ବିରୋଧରେ ଶୁକ୍ରବାର ସୁପ୍ରିମକୋର୍ଟରେ ପ୍ରଥମ ଆବେଦନ ଦାଖଲ କରାଯାଇଥିଲା। କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ ୱାକଫ ସଂଶୋଧନ ବିଲ୍ 2025କୁ ଚ୍ୟାଲେଞ୍ଜ କରିଛନ୍ତି।

ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ କୋଲକାତାର ପାର୍କସର୍କ୍ସ କ୍ରସିଂରେ ପ୍ରତିବାଦ କରିଥିଲେ ଏବଂ ୱାକଫ ବିଲ୍, 2025କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ପ୍ରତିବାଦ ଯୋଗୁଁ ଉକ୍ତ ସ୍ଥାନରେ ଯାତାୟାତ କରିବାରେ ବାଧା ସୃଷ୍ଟି ହୋଇଛି ରାସ୍ତା ଜାମ ହେଉଥିବାର ଦୃଶ୍ୟ ଦେଖିବା ପାଇଁ ମିଳୁଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ୱାକଫ୍ ବିଲ୍ ଆଗତ କରିବା ପାଇଁ ବିଜେପିକୁ ସମାଲୋଚନା କରିଥିଲେ ।












Click it and Unblock the Notifications