ଲୋକସଭାରେ ୱାକଫ ସଂଶୋଧନ ବିଲ୍ ପାସ୍‌, ସପକ୍ଷରେ ପଡିଲା ୨୮୮ ଭୋଟ୍‌ , ବିରୋଧରେ ପଡିଥିଲା ୨୩୨ ଭୋଟ୍

ଐତିହାସିକ ୱାକଫ ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଲୋକସଭାରେ ଏହି ବିଲ୍‌ ପାସ ହୋଇଛି । ବିଲ ସପକ୍ଷରେ ୨୮୮ ଭୋଟ ପଡିଥିବା ବେଳେ ବିରୋଧରେ ପଡିଥିଲା ୨୩୨ ଭୋଟ । ଆଜି ଏହା ରାଜ୍ୟସଭାରେ ଆଗତ କରାଯିବ ।

ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏହି ଆଇନକୁ ତୀବ୍ର ବିରୋଧ କରୁଥିବାବେଳେ ବିଜେପି ଏବଂ ଏହାର ସହଯୋଗୀମାନେ ଏହାକୁ ଦୃଢ ସମର୍ଥନ କରି ଏହା ସ୍ୱଚ୍ଛତା ଆଣିବ ଏବଂ ୱାକଫ ବୋର୍ଡର କାର୍ଯ୍ୟଦକ୍ଷତା ବୃଦ୍ଧି କରିବ ବୋଲି ମତ ରଖିଛନ୍ତି ।

ପ୍ରସ୍ତାବିତ ଆଇନ ଉପରେ ଆଲୋଚନା ପାଇଁ ୮ ଘଣ୍ଟା ସମୟ ଦିଆଯାଇଥିଲା । କିନ୍ତୁ ପରେ ଏହି ଅବଧିକୁ ବାଚସ୍ପତି ଓମ୍‌ ବିର୍ଲା ବଢାଇଥିଲେ । ଫଳରେ ୧୨ ଘଣ୍ଟା ଧରି ବିତର୍କ ହୋଇଥିଲା । ବିରୋଧୀ ସାଂସଦ ମାନେ ଏହାକୁ ତୀବ୍ର ବିରୋଧ କରିଥିଲେ ।

Waqf Amendment Bill passed in Lok Sabha

ବିଲ୍‌ ସପକ୍ଷରେ ୨୮୮ ଭୋଟ ପଡିଥିବା ବେଳେ ୨୩୨ ସାଂସଦ ଏହା ବିରୋଧରେ ମତଦାନ କରିଥିଲେ, ଅଧିକାଂଶ ସାଂସଦ ଏହି ପ୍ରସ୍ତାବକୁ ସମର୍ଥ କରୁଥିବା ବାଚସ୍ପତି ଘୋଷଣା କରିଥିଲେ । ବିଳମ୍ବିତ ରାତି ପାଖାପାଖି 2ଟା ସମୟରେ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା ।ୱାକଫ୍ ଆକ୍ଟରେ ପ୍ରସ୍ତାବିତ ପରିବର୍ତ୍ତନ ।

ୱାକଫ୍ ସମ୍ପତ୍ତିର ପରିଚାଳନାକୁ ଆଧୁନିକୀକରଣ ଏବଂ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ସରକାର ୱାକଫ୍ ଆକ୍ଟରେ ପ୍ରମୁଖ ସଂଶୋଧନ ଆଣିଛନ୍ତି। ଏକ ଗୁରୁତ୍ୱପୂ ର୍ଣ୍ଣ ପ୍ରସ୍ତାବ ହେଉଛି, ଆଇନର ନାମକୁ ୟୁନିଫାଏଡ୍ ୱାକଫ୍ ମ୍ୟାନେଜମେଣ୍ଟ, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ 1995ରେ ପରିବର୍ତ୍ତନ କରିବା। ବିଲ୍ ରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, କେବଳ ଆଇନଗତ ମାଲିକାନା ଥିବା ବ୍ୟକ୍ତିମାନେ ୱାକଫ୍ ସୃଷ୍ଟି କରିପାରିବେ, ଯାହା ଦ୍ବାରା ଅସ୍ପଷ୍ଟ ସମ୍ପତ୍ତି ଦାବିରୁ ବିବାଦକୁ ରୋକାଯାଇପାରିବ। ୱାକଫ୍ ଘୋଷିତ ସମ୍ପତ୍ତି, ଆଇନ୍ ଲାଗୁ ହେବା ପୂର୍ବରୁ କିମ୍ବା ପରେ, ସରକାରୀ ଜମି ଅନ୍ତର୍ଭୂକ୍ତ କରିପାରିବ ନାହିଁ। ୱାକଫ ଏବଂ ସରକାରୀ ସମ୍ପତ୍ତି ମଧ୍ୟରେ ଜମି ବିବାଦର ସମାଧାନ କରିବାର ଅଧିକାର ୱାକଫ୍ ଟ୍ରିବ୍ୟୁନାଲରୁ ଜିଲ୍ଲାପାଳମାନଙ୍କ ନିକଟକୁ ଯିବ।

ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା

ୱାକଫ୍ (ସଂଶୋଧନ) ବିଲ୍ 2024, ୱାକଫ ବୋର୍ଡ ପରିଚାଳନା କାର୍ଯ୍ୟରେ ଅଧିକ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରି ୱାକଫ ଆକ୍ଟ 1995ରେ ସଂଶୋଧନ କରିବାକୁ ଚେଷ୍ଟା କରୁଛି। ବିଲ୍ ର ଏକ ପ୍ରମୁଖ ବ୍ୟବସ୍ଥା ହେଉଛି, ମହିଳାମାନଙ୍କୁ ଏହିସବୁ ସଂସ୍ଥାଗୁଡ଼ିକରେ ବାଧ୍ୟତାମୂଳକ ଅନ୍ତର୍ଭୁକ୍ତ କରିବା। ଅଗଷ୍ଟ 2024ରେ ଲୋକସଭାରେ ଉପସ୍ଥାପିତ ହେବା ପରେ ବିସ୍ତୃତ ଯାଞ୍ଚ ପାଇଁ ଏହି ବିଲ୍ ଜେପିସିକୁ ପଠାଯାଇଥିଲା, ଯେଉଁଥିରେ ଏନଡିଏ ସହଯୋଗୀ ଟିଡିପି ଏବଂ ଜେଡିୟୁର ମଧ୍ୟ ସମର୍ଥନ ରହିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+