ୱକ୍‌ଫ ସଂଶୋଧନ ବିଲ୍: ଆଭିମୁଖ୍ୟ ବଦଳାଇଲା ବିଜେଡି, ବିରୋଧ ନିଷ୍ପତ୍ତିରୁ ଓହରିଥିବା ସୂଚନା

ୱାକଫ୍‌ ବିଲ୍‌ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜାରି ଥିବା ବେଳେ ଓଡ଼ିଶା ସରକାରରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ମୁହଁ ଖୋଲିଛି। ୱକ୍‌ଫ ସଂଶୋଧନ ବିଲ୍ ନେଇ ବିଜେଡି ଆଭିମୁଖ୍ୟ ବଦଳାଇଛି। ଆଜି ଅପରାହ୍‌ଣରେ ବିଜେଡି ଏହି ବିଲ୍‌କୁ ସମର୍ଥନ ଦେବ ନାହିଁ ବୋଲି କହିଥିଲା। କିନ୍ତୁ ଏହି ବୟାନ ଦେବାର କିଛି ସମୟ ପରେ ପୁଣି ୟୁଟର୍ନ ମାରିଛି। ବିଜେଡିର ଜଣେ ସାଂସଦ ୱାକଫ୍‌ ବିଲ୍‌କୁ ନେଇ ବିରୋଧ ବୟାନ ଦେଇଥିବା ବେଳେ ତାଙ୍କର ଜଣେ ସାଥୀ ଭିନ୍ନ ପ୍ରକାରର ବୟାନ ଦେଇଛନ୍ତି।

naveen pattnaik

ଲୋକସଭାରେ ଗତକାଲି ୱାକଫ୍‌ ବିଲ୍‌ ଆଗତ ହୋଇସାରିଥିବା ବେଳେ ଦେଶରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ରାଜ୍ୟରେ ବିଜେଡି ଏହି ବିଲ୍‌କୁ ପୂର୍ବରୁ ବିରୋଧ କରିବ ବୋଲି କହିଥିଲା। କିନ୍ତୁ ଏବେ ଦଳର ଜଣେ ସାଂସଦ କହିଛନ୍ତି, ବିଜେଡି ଏହାକୁ ବିରୋଧ କରିବ ନାହିଁ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଟୁଇଟ୍‌ କରି କହିଛନ୍ତି, ରାଜ୍ୟସଭାରେ ଭୋଟିଂ ବେଳେ ଏହି ବିଲ୍‌କୁ ବିରୋଧ ନ କରି ବିବେକ ଅନୁସାରେ ଭୋଟ୍‌ ଦେବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟରେ ବିଜେଡି ପକ୍ଷରୁ ଏନେଇ କୌଣସି ହ୍ବିପ୍‌ ଜାରି ହୋଇ ନାହିଁ। ତେବେ ଏହି ବିଲ୍‌ ନେଇ ବିଜେଡି ଦ୍ବନ୍ଦ୍ବରେ ଅଛି ନାଁ ନିଷ୍ପତ୍ତି ନେଇସାରିଛି, ଠିକ୍‌ ସମୟରେ ଜଣାପଡ଼ିଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+