ବିକାଶକୁ ତ୍ବରାନ୍ବିତ କରିବ ୱାକଫ୍‌ (ସଂଶୋଧନ) ବିଲ୍‌ 2025

'ଓ୍ଵାକଫ୍'ର ଅବଧାରଣା ଇସଲାମିକ ଆଇନ ଓ ପରମ୍ପରା ଆଧାରିତ। ଜଣେ ମୁସଲମାନଙ୍କ ଦ୍ୱାରା ମସଜିଦ, ସ୍କୁଲ, ହସ୍ପିଟାଲ କିମ୍ବା ଅନ୍ୟାନ୍ୟ ସର୍ବସାଧାରଣ ଅନୁଷ୍ଠାନ ନିର୍ମାଣ ଭଳି ଦାତବ୍ୟ କିମ୍ବା ଧାର୍ମିକ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାନକୁ ଏହା ବୁଝାଏ। ଓ୍ଵାକଫ୍ ର ଆଉ ଏକ ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ହେଉଛି ଏହା ଅବିଭାଜ୍ୟ - ଅର୍ଥାତ୍ ଏହାକୁ ବିକ୍ରି କରାଯାଇପାରିବ ନାହିଁ, ଉପହାର ଦିଆଯାଇପାରିବ ନାହିଁ କିମ୍ବା ଏହାର କେହି ଉତ୍ତରାଧିକାରୀ ହୋଇପାରିବ ନାହିଁ ଏବଂ ଏହା ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ପାରିବ ନାହିଁ । ଥରେ ଓ୍ଵାକଫ୍‌ ଭାବେ ମନୋନୀତ ହେବା ପରେ ଏହାର ମାଲିକାନା ଓ୍ଵାକଫ କରୁଥିବା ବ୍ୟକ୍ତିଙ୍କଠାରୁ ଆଲ୍ଲାଙ୍କ ନିକଟକୁ ହସ୍ତାନ୍ତର କରାଯାଏ, ଯାହା ଫଳରେ ଏହା ଅପରିବର୍ତ୍ତନୀୟ ହୋଇଯାଏ। ଯେହେତୁ ଆଲ୍ଲା ସବୁଦିନ ପାଇଁ ରହିଥାନ୍ତି, ତେଣୁ ସବୁଦିନ ପାଇଁ 'ଓ୍ଵାକଫ୍ ସମ୍ପତ୍ତି' ମଧ୍ୟ ରହିଥାଏ।

Waqf Amendment Bill 2025 will accelerate development

ୱାକଫ୍ (ସଂଶୋଧନ) ବିଲ୍ 2025 ରେ ଅନେକ ଗୁଡ଼ିଏ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ଚେଷ୍ଟା କରାଯାଇଛି। ଏହି ସମସ୍ୟା ଗୁଡ଼ିକ ମଧ୍ୟରେ ରହିଛି ୱାକଫ୍ ସମ୍ପତ୍ତି ପରିଚାଳନାରେ ସ୍ବଚ୍ଛତାର ଅଭାବ, ୱକଫ୍ ଭୂମି ରେକର୍ଡ଼ର ଅସମ୍ପୂର୍ଣ୍ଣ ସର୍ବେକ୍ଷଣ, ମହିଳାଙ୍କ ଉତ୍ତରାଧିକାରୀ ଅଧିକାର ପାଇଁ ଅନୁପଯୁକ୍ତ ବ୍ୟବସ୍ଥା, ଅନୁପ୍ରବେଶ ସମେତ ବହୁ ଦିନରୁ ଚାଲିଆସୁଥିବା ମାମଲା ଇତ୍ୟାଦି। ସେହିପରି ବିଚାରାଧୀନ ମାମଲା ସଂଖ୍ୟା 2013 ରେ 10,381 ଥିବା ବେଳେ ଏବେ ତାହା 21,618 କୁ ବୃଦ୍ଧି ହୋଇଛି। ଏହା ସହିତ ସରକାରୀ ଜମିକୁ ୱାକଫ୍‌ ଘୋଷଣାକୁ ନେଇ ଅନେକ ବିବାଦ ମଧ୍ୟ ରହିଛି। ଓ୍ଵାକଫ୍ ସମ୍ପତ୍ତିର ଉପଯୁକ୍ତ ହିସାବ ଓ ଅଡିଟ୍ ର ଅଭାବ ମଧ୍ୟ ଦେଖାଦେଇଛି। ଓ୍ଵାକଫ୍‌ ପରିଚାଳନାରେ ପ୍ରଶାସନିକ ଅପାରଗତା, ଟ୍ରଷ୍ଟ ସମ୍ପତ୍ତିର ଅନୁପଯୁକ୍ତ ବ୍ୟବହାର ଆଉ ଏକ ପ୍ରମୁଖ ସମସ୍ୟା। କେନ୍ଦ୍ରୀୟ ୱାକଫ୍ ପରିଷଦ ଏବଂ ରାଜ୍ୟ ୱାକଫ୍ ବୋର୍ଡରେ ଅଂଶୀଦାରମାନଙ୍କର କମ୍ ପ୍ରତିନିଧିତ୍ୱ ମଧ୍ୟ ଲକ୍ଷ୍ୟ କରାଯାଇଛି।

ୱାକଫ୍‌ (ସଂଶୋଧନ) ବିଲ୍, 2025 ର ଉଦ୍ଦେଶ୍ୟ ହେଉଛି ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ଏବଂ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହନ ଦେବା ସହିତ ୱାକଫ ସମ୍ପତ୍ତି ପରିଚାଳନାକୁ ସୁବ୍ୟବସ୍ଥିତ କରିବା । ବିଭିନ୍ନ ରାଜ୍ୟରେ ଓ୍ଵାକଫ୍ ସମ୍ପତ୍ତି ଦାବିକୁ ନେଇ ବିବାଦ ଦେଖାଦେଇଛି, ଯାହା ଆଇନଗତ ଲଢ଼େଇ ଏବଂ ଗୋଷ୍ଠୀଗତ ସମସ୍ୟା ସୃଷ୍ଟି କରିଛି। 2024 ସେପ୍ଟେମ୍ବର ସୁଦ୍ଧା 25 ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୱାକଫ୍ ବୋର୍ଡରେ ସମୁଦାୟ 5973 ଟି ସରକାରୀ ସମ୍ପତ୍ତିକୁ ୱାକଫ୍ ସମ୍ପତ୍ତି ଭାବେ ଘୋଷଣା କରାଯାଇଛି ।

2024 ରେ ୱାକଫ୍ ବୋର୍ଡ ବିଜୟପୁରାର 15,000 ଏକର ଜମିକୁ ଓ୍ଵାକଫ୍ ଜମି ଭାବେ ଘୋଷଣା କରିବା ପରେ କୃଷକମାନେ ବିରୋଧ କରିଥିଲେ। ବଲ୍ଲାରୀ, ଚିତ୍ରଦୁର୍ଗା, ୟାଦଗିର ଓ ଧାରୱାଡରେ ମଧ୍ୟ ବିବାଦ ଦେଖାଦେଇଥିଲା। ତେବେ ଉଚ୍ଛେଦ କରାଯିବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଉତ୍ତର ପ୍ରଦେଶରେ ରାଜ୍ୟ ଓ୍ଵାକଫ୍ ବୋର୍ଡର ଦୁର୍ନୀତି ଓ ଅବ୍ୟବସ୍ଥା ବିରୋଧରେ ଅଭିଯୋଗ ହୋଇଛି ।

ଏହାବ୍ୟତୀତ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ 2024 ସେପ୍ଟେମ୍ବରରେ ଏହାର ଉପସ୍ଥାପନା ସମୟରେ ଯୁଗ୍ମ ସଂସଦୀୟ କମିଟିକୁ ଜଣାଇଥିଲା ଯେ ଭୂମି ଓ ଉନ୍ନୟନ କାର୍ଯ୍ୟାଳୟ ନିୟନ୍ତ୍ରଣରେ ଥିବା 108 ଟି ସମ୍ପତ୍ତି, ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ଥିବା 130 ଟି ସମ୍ପତ୍ତି ଏବଂ ସାର୍ବଜନୀନ କ୍ଷେତ୍ରରେ ଥିବା 123 ଟି ସମ୍ପତ୍ତିକୁ ୱାକଫ୍‌ ସମ୍ପତ୍ତି ଘୋଷଣା କରାଯାଇ ମାମଲା ରୁଜୁ କରାଯାଇଛି।

ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ଆର୍ଥିକ ସ୍ୱାଧୀନତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇ ମୁସଲମାନ ମହିଳା, ବିଶେଷ କରି ବିଧବା ଏବଂ ଛାଡ଼ପତ୍ର ପ୍ରାପ୍ତ ମହିଳାଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ମଧ୍ୟ ଏହି ବିଲ୍ ରେ ପ୍ରୟାସ କରାଯାଇଛି। ଏହାବ୍ୟତୀତ, ଏହି ବିଲ୍ ମୁସଲମାନ ମହିଳାଙ୍କ ବିକାଶ ପାଇଁ ଲକ୍ଷ୍ୟ ରଖିଛି। ଦୁର୍ନୀତି ରୋକିବା ପାଇଁ ୱାକଫ୍ ରେକର୍ଡର ଡିଜିଟାଇଜେସନ୍ ବ୍ୟବସ୍ଥା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+