ଓ୍ବାକଫ୍ ସମ୍ପତ୍ତି କେବଳ ମୁସଲମାନଙ୍କ ମଧ୍ୟରେ ସୀମିତ ନୁହେଁ : ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟକୁ କହିଛନ୍ତି ଯେ ଅନେକ ୱାକଫ ସମ୍ପତ୍ତି କେବଳ ମୁସଲମାନମାନଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଏଥିରେ ଅନ୍ୟ ସମ୍ପ୍ରଦାୟର ଅଧିକାର ଏବଂ ଦାବି ମଧ୍ୟ ଜଡିତ। ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଏହି ସମ୍ପତ୍ତିଗୁଡ଼ିକୁ ନିୟନ୍ତ୍ରଣ କରିବା ଏକ ସାର୍ବଜନୀନ ଶୃଙ୍ଖଳା ସମସ୍ୟା ହୋଇପାରେ କାରଣ ଏପରି ବିବାଦର ବ୍ୟାପକ ପରିଣାମ ହୋଇପାରେ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରି କହିଥିଲେ ଯେ 'ସାମ୍ବିଧାନିକତାର ଧାରଣା' ଏହା ସପକ୍ଷରେ ଥିବାରୁ ଏହି ଆଇନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇପାରିବ ନାହିଁ।

supreme court

ୱାକଫ ସଂଶୋଧନ ଆଇନ ଅନୁସାରେ ଅଭିଭାବକଙ୍କ କାମ ଧର୍ମ ନିରପେକ୍ଷ ହୋଇଥାଏ ଏହି ଆଇନ ନିର୍ବାଚିତ ଜନପ୍ରତିନିଧିଙ୍କ ଭାବନାକୁ ଦର୍ଶାଉଛି। ସେହିମାନେ ହିଁ ଆଇନକୁ ବହୁମତରେ ଗୃହୀତ କରାଇଛନ୍ତି। କେନ୍ଦ୍ର ସରକାର କୋର୍ଟରେ ୱାକଫକୁ ନେଇ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ କୁହାଯାଇଛି ଯେ ସଂସଦ ଦ୍ୱାରା ଗୃହୀତ ଆଇନକୁ ସମ୍ବିଧାନିକ ରୂପେ ବୈଧ ବୋଲି କୁହାଯାଏ। ବିଶେଷ କରି ସଂଯୁକ୍ତ ସଂସଦୀୟ କମିଟି (ଜେପିସି)ଙ୍କ ସୁପାରିସ ଓ ସଂସଦରେ ବ୍ୟାପକ ତର୍କ ପରେ ବିଧେୟକ ଆଇନରେ ପରିଣତ ହୋଇଛି।

କେନ୍ଦ୍ର ସରକାର କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ଏବେ ଆଇନର କୌଣସି ପ୍ରାବଧାନ ଉପରେ ଅନ୍ତରୀଣ ରୋକ ଲଗା ନଯାଉ। ଏହି ସଂଶୋଧିତ ଆଇନ ଦ୍ୱାରା କୌଣସି ବ୍ୟକ୍ତିଙ୍କ ୱାକଫ କରିବାରେ ଧାର୍ମିକ ଅଧିକାରରେ କୌଣସି ହସ୍ତକ୍ଷେପ ହେଉ ନାହିଁ। କେବଳ ପ୍ରବନ୍ଧନ ଓ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ଏହି ଆଇନରେ ପରିବର୍ତ୍ତନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଏହି ବିଧେୟକକୁ ଗୃହୀତ କରିବା ପୂର୍ବରୁ ଜେପିସିର ୩୬ଟି ବୈଠକ ହୋଇଥିଲା ଓ ୯୭ଲକ୍ଷରୁ ଅଧିକ ହିତାଧିକାରୀ ଏଥି ପାଇଁ ପରାମର୍ଶ ଓ ଜ୍ଞାପନ ଦେଇଥିଲେ। ଏହାଛଡା ଜେପିସି ଦେଶର ୧୦ଟି ବଡ଼ ସହରାଞ୍ଚଳକୁ ଗସ୍ତ କରି ଆଇନକୁ ନେଇ ଜନତାଙ୍କ ରାୟ ମଧ୍ୟ ଲୋଡିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+