ଆମେରିକୀୟ ସାମରିକ ବିମାନ ଅମୃତସରରେ ପହଞ୍ଚିବା ପରେ ୨ ବେଆଇନ ଆପ୍ରବାସୀ ଗିରଫ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶନିବାର ଦ୍ୱିତୀୟ ପର୍ଯ୍ୟାୟରେ ୧୧୯ ଭାରତୀୟ ନାଗରିକଙ୍କୁ ନିର୍ବାସିତ କରାଯିବାର ଗୋଟିଏ ଦିନ ପରେ ରବିବାର ରାତି ୧୦ଟାରେ ୧୧୨ ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ତୃତୀୟ ଆମେରିକୀୟ ସାମରିକ ବିମାନ ଅମୃତସର ବିମାନବନ୍ଦରରେ ପହଞ୍ଚିଛି ।
ବାୟୁସେନାର ସି-୧୭ ବିମାନ ଅବତରଣ କରିବା ପରେ ଏଥିରେ ଆମେରିକା ଦ୍ୱାରା ପ୍ରତ୍ୟର୍ପଣ କରାଯାଇଥିବା ୧୧୯ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ତୁରନ୍ତ ପୁଲିସ ଗିରଫ କରିଛି। ପଟିଆଲା ଜିଲ୍ଲାର ରାଜପୁରାର ଦୁଇ ଜଣ ଯୁବକଙ୍କୁ ହତ୍ୟା ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି। ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ନାନକ ସିଂହ କହିଛନ୍ତି ଯେ ଅଭିଯୁକ୍ତ ସନ୍ଦୀପ ସିଂହ ଓରଫ ସନ୍ନି ଏବଂ ପ୍ରଦୀପ ସିଂହ ୨୦୨୩ରେ ରୁଜୁ ହୋଇଥିବା ଏକ ହତ୍ୟା ମାମଲାରେ ୱାଣ୍ଟେଡ୍ ଥିଲେ।

ଜୁନ୍ ୨୦୨୩ରେ ସନ୍ଦୀପ ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ରାଜପୁରାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ସନ୍ଦୀପଙ୍କ ଅନ୍ୟ ଜଣେ ସହଯୋଗୀ ପ୍ରଦୀପଙ୍କ ନାମ ଏତଲାରେ ଯୋଡ଼ା ଯାଇଥିଲା। ଦୁଇ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ରାଜପୁରା ପୋଲିସ ଷ୍ଟେସନର ଏସ୍ଏଚ୍ଓଙ୍କ ନେତୃତ୍ୱରେ ଏକ ଟିମ୍ ଶନିବାର ଅମୃତସର ବିମାନ ବନ୍ଦରକୁ ପଠାଯାଇଥିଲା ।












Click it and Unblock the Notifications