ଓରେଭା ଗ୍ରୁପକୁ ନେଇ ଉଠିଲା ପ୍ରଶ୍ନ, ନେଇଥିଲା ମୋର୍ବି ପୋଲ ମରାମତି ଦାୟିତ୍ବ
ପୋଲ ମରାମତି ପାଇଁ ଦାୟିତ୍ବ ନେଇଥିଲା କାନ୍ଥ ଘଣ୍ଟା କଂପାନୀ । ବର୍ତ୍ତମାନ ଏହାକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।
ସୁରଟ: ଗୁଜୁରାଟ ମୋର୍ବି ପୋଲ ଭୁଶୁଡିବା ପରେ ବର୍ତ୍ତମାନ ଚର୍ଚ୍ଚାର ପରିସର ଭିତରକୁ ଆସିଲା ଓରେଭା ଗ୍ରୁପ । ଏହି ଗ୍ରୁପ ପୂର୍ବରୁ କାନ୍ଥ ଘଣ୍ଟା, ସିଏଫଏଲ ଏବଂ ଇ-ବାଇକ ନିର୍ମାଣ କରିଥିବା ଜଣାପଡିଛି । ତେବେ ଏତେ ପୁରୁଣା ପୋଲର ମରାମତି ପାଇଁ ଏହି କମ୍ପାନୀଙ୍କୁ କିପରି ମିଳିଲା ଏହାକୁ ନେଇ ପ୍ରଶ୍ନ ଉଠୁଛି।

ମାଚ୍ଛୁ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପୋଲ 7 ମାସ ପୂର୍ବେ ମରାମତି ପାଇଁ କରାଯାଇଥିଲା। ଏହାପରେ ଅକ୍ଟୋବର 26ରେ ଗୁଜରାଟର ନୂଆବର୍ଷରେ ଖୋଲାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଓରେଭା ଗ୍ରୁପର ମୋର୍ବି ନଗର ନିଗମ ଠାରୁ ପୋଲର ମରାମତି ପାଇଁ ଟେଣ୍ଡର ପାଇଥିଲା । ତେବେ ବିନା ଫିଟନେସ ପ୍ରମାଣପତ୍ରରେ ଏହି ବ୍ରିଜ ଖୋଲାଯାଇଥିଲା। ତେବେ ଦୁର୍ଘଟଣା ପରେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଅଜନ୍ତା ଟ୍ରାଞ୍ଜିଷ୍ଟର କ୍ଲକ ମାନ୍ୟୁଫ୍ୟାକ୍ଚରିଂ ଅଧିନରେ କାନ୍ଥ ଘଣ୍ଟା ନିର୍ମାଣରୁ ଆରମ୍ଭ ହୋଇଥିବା ଓରେଭା ଗ୍ରୁପ ଅନେକ ବିଭାଗରେ ବ୍ୟବସାୟ କରୁଛି । କମ୍ପାନୀରେ 6 ହଜାର କର୍ମଚାରୀ କାର୍ଯ୍ୟରତ ଥିବା ଗ୍ରୁପ ନଜ ୱେବସାଇଟରେ ହିଁ ଦାବି କରିଛି । ତେବେ ଏଥିରେ ନିଜ କାରବାର ବାବଦରେ କମ୍ପାନୀ କୌଣସି ସୂଚନା ଦେଇନାହିଁ।












Click it and Unblock the Notifications