ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ୱାକଫ ସଂଶୋଧିତ ଆଇନ, ମମତା ବାନାର୍ଜୀ

ୱାକଫ ସଂଶୋଧିତ ଆଇନକୁ ନେଇ ମୁସଲମାନ ସମ୍ପ୍ରଦାୟ ଚିନ୍ତିତ ଥିବାରୁ ପଶ୍ଚିମବଙ୍ଗରେ ଏହାକୁ ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂଖ୍ୟାଲଘୁମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ରାଜ୍ୟରେ ସଂଖ୍ୟାଲଘୁ ଓ ସେମାନଙ୍କ ସମ୍ପତ୍ତିକୁ ସୁରକ୍ଷା ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କୋଲକାତାରେ ଜୈନ ସମୁଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା କହିଛନ୍ତି, ପଶ୍ଚିମବଙ୍ଗରେ 'କୌଣସି ବିଭାଜନ ଓ ଶାସନ ନୀତି' ରହିବାକୁ ଦିଆଯିବ ନାହିଁ। ୱାକଫ ଆଇନ ପ୍ରଣୟନ ନେଇ ମୁସଲମାନମାନେ ଅସନ୍ତୁଷ୍ଟ ଥିବା ବିଷୟ ସେ ଜାଣିଛନ୍ତି। ବିଶ୍ୱାସ ରଖନ୍ତୁ, ରାଜ୍ୟରେ ଏପରି କିଛି ହେବାକୁ ଦିଆଯିବ ନାହିଁ ।

Mamata Banerjee

ସମସ୍ତେ ଏକଜୁଟ ହୋଇ ରୁହନ୍ତୁ ବୋଲି ମମତା ଆହ୍ବାନ ଦେଇଛନ୍ତି। ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ନେଇ ମୁର୍ଶିଦାବାଦ ଜିଲାରେ ମଙ୍ଗଳବାର ଘଟିଥିବା ହିଂସାକାଣ୍ଡକୁ ନେଇ ମମତା ଆହୁରି କହିଛନ୍ତି, ବାଂଲାଦେଶ ସୀମାନ୍ତ ଅଞ୍ଚଳରେ ସ୍ଥିତିକୁ ଦେଖ। ଏହି ବିଲ୍‌ ବର୍ତ୍ତମାନ ପାରିତ ହେବାର ନ ଥିଲା। ପଶ୍ଚିମବଙ୍ଗରେ ୩୩% ସଂଖ୍ୟାଲଘୁ ରହିଛନ୍ତି। ସେମାନଙ୍କ ସହ ମୁଁ କ'ଣ କରିବି ବୋଲି ସେ ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଓ୍ବକ୍‌ଫ ସଂଶୋଧନ ବିଧେୟକ ଲୋକ ସଭାରେ ଏପ୍ରିଲ ୩ ଓ ରାଜ୍ୟ ସଭାରେ ୪ ତାରିଖରେ ପାରିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା ଉପରେ ଏପ୍ରିଲ ୬ରେ ସ୍ବାକ୍ଷର କରିଥିଲେ। ଉକ୍ତ ବିଧେୟକ ଆଇନରେ ପରିଣତ ହୋଇଥିବା ନେଇ ମଙ୍ଗଳବାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+