ଭାରତ @76 : ଗାଁରେ ହେବ ଡିଜିଟାଲ ଇଣ୍ଡିଆର ବିକାଶ, ଟେକ୍ନୋଲୋଜି ହବରେ ପରିଣତ ଦେଶ
76ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିଟାଲ ଇଣ୍ଡିଆ ବିଷୟରେ କହି ପିଏମ କହିଛନ୍ତି, ''ଆମେ 5ଜି ଆଡକୁ ପାଦ ରଖିଛେ । ସାରା ଦେଶରେ ବିକଶିତ ହେଉଛି ଡିଜିଟାଲ ଇଣ୍ଡିଆ ।
ନୂଆଦିଲ୍ଲୀ: 76ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିଟାଲ ଇଣ୍ଡିଆ ବିଷୟରେ କହି ପିଏମ କହିଛନ୍ତି, ''ଆମେ 5ଜି ଆଡକୁ ପାଦ ରଖିଛେ । ସାରା ଦେଶରେ ବିକଶିତ ହେଉଛି ଡିଜିଟାଲ ଇଣ୍ଡିଆ । କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ବିକଶିତ ହେଉଛି ଡିଜିଟାଲ ଇଣ୍ଡିଆ।

ଗାଁ ଲୋକଙ୍କୁ ସମସ୍ତ ସେବା ଯୋଗାଇବା ପରେ ଦେଶକୁ ଟେକ୍ନୋଲୋଜି ହବରେ ପରିଣତ ହେବାକୁ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ଶିକ୍ଷା ଓ କୃଷିକୁ ମଧ୍ୟ ଡିଜିଟାଲାଇଜ କରାଯିବ । 5ଜି ଟେକ୍ନୋଲୋଜି ଅପେକ୍ଷାର ଅନ୍ତ ଘଟିଛି । ଖୁବଶୀଘ୍ର ପ୍ରତି ଗାଁରେ ଡିଜିଟାଲ ଇଣ୍ଡିଆର ଲାଭ ପହଞ୍ଚିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
'ଡିଜିଟାଲ୍ ଇଣ୍ଡିଆ' ମାଧ୍ୟମରେ ଆମେ ତୃଣମୂଳ ସ୍ତରରେ ବିପ୍ଳବ ଆଣିଛୁ ଏବଂ ଖୁବ୍ ଶୀଘ୍ର ପ୍ରତ୍ୟେକ ଗାଁରେ ଡିଜିଟାଲ୍ ଭାବରେ ଯୋଡି ହେବ । ଆସନ୍ତା ସେପ୍ଟେମ୍ବର 29ରେ ଆଇଏମସି ଜରିଆରେ 5ଜି ନେଟୱାର୍କର ଶୁଭାରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଡିଜିଟାଲ ପେମେଣ୍ଟରୁ ନେଇ ମୋବାଇଲ ଏବଂ ସେମିକଣ୍ଡକ୍ଟର ଉତ୍ପାଦନରେ ଆମେ ଏକ ପରିବର୍ତ୍ତନ ସମୟରେ ଅଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବର୍ତ୍ତମାନ 5ଜି ସ୍ପେକ୍ଟ୍ରମର ସଫଳ ନିଲାମି ସରିଛି । ଖୁବଶୀଘ୍ର ହାଇସ୍ପିଡ 5ଜି ମୋବାଇଲ ସେବା ଉପଭୋଗ ଅପେକ୍ଷାରେ ଦେଶବାସୀ ।












Click it and Unblock the Notifications