ଆସନ୍ତାକାଲି ମଧ୍ୟପ୍ରଦେଶରେ ଗଣତନ୍ତ୍ରର ମହାପର୍ବ, ୨୩୦ ବିଧାନସଭା ଆସନ ପାଇଁ ହେବ ମତଦାନ
MP Assembly Election 2023: ଆସନ୍ତାକାଲି ୧୭ ନଭେମ୍ବରରେ ମଧ୍ୟପ୍ରଦେଶରେ ଗଣତନ୍ତ୍ରର ମହାପର୍ବ । ରାଜ୍ୟରେ ୨୩୦ ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ନିର୍ବାଚନ ପ୍ରଚାରରେ ସର୍ବାଧିକ ଅଂଶଗ୍ରହଣ ନିଶ୍ଚିତ କରିବାକୁ ପ୍ରଶାସନ ସମସ୍ତ ଉଦ୍ୟମ କରୁଥିବାବେଳେ ଭୋପାଳର ଯୁବକମାନେ ଭୋଟ୍ କ୍ଲବରେ ୪୦୦ ଫୁଟ ଲମ୍ବର ଆକର୍ଷଣୀୟ ରଙ୍ଗୋଲି ତିଆରି କରି ଭୋଟରଙ୍କୁ ନିବେଦନ କରିଛନ୍ତି। ଭୋପାଳର ଭୋଟ୍ କ୍ଲବରେ ରେଙ୍ଗୋଲି ତିଆରି କରି ଯୁବକମାନେ ମତଦାନ କରିବାକୁ ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରିଛନ୍ତି ।
ସମସ୍ତ କାର୍ଯ୍ୟ ଛାଡି ପ୍ରଥମେ ଭୋଟ୍ ଦେବା ଉଚିତ୍ ବୋଲି ସାଧାରଣ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଇଛି । କେବଳ ଗୋଟିଏ ଦିନ ଯେଉଁ ଦିନ ଆମେ ଆମର ଅଧିକାର ପାଇଁ ଭୋଟ୍ ଦେଉଛେ ଏବଂ ଆମ ହାକରେ ଏକ ଭଲ ସମାଜ ଗଠନ କରିପାରିବା ଦାୟିତ୍ୱ ରହିଛି ବୋଲି ଏହି ରଙ୍ଗୋଲି ମାଧ୍ୟମରେ ବୁଝାଇବା ପାଇଁ ଚେଷ୍ଟା କରାଯାଇଛି ।

କଡ଼ାକଡି କରାଯାଇଛି ।
ସେହିପରି ଛତିଶଗଡ଼ରେ ୨ୟ ପର୍ଯ୍ୟାୟରେ ଭୋଟିଂ ହେବ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ଜୋରଦାର ପ୍ରଚାର ଓ ନିର୍ବାଚନର ଇସ୍ତାହାରରେ ପ୍ରତିଶ୍ରୁତିର ବର୍ଷା ମଧ୍ୟ କରିଥିଲା ସମସ୍ତ ଦଳ । ତେବେ ଡିସେମ୍ବର ୩ରେ ଫଳାଫଳ ଘୋଷଣା କରାଯିବ ।












Click it and Unblock the Notifications