Rajya Sabha Election 2024: ରାଜ୍ୟସଭା ପାଇଁ ଭୋଟିଂ ଆରମ୍ଭ
Rajya Sabha Election 2024: ରାଜ୍ୟସଭା ପାଇଁ ଭୋଟିଂ ଆରମ୍ଭ । ମୋଟ୍ 56 ଆସନ ମଧ୍ୟରୁ 41 ଆସନରେ ପ୍ରାର୍ଥୀମାନେ ନିର୍ବିରୋଧ ନିର୍ବାଚିତ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ କଂଗ୍ରେସର ସୋନିଆ ଗାନ୍ଧି ଏବଂ ବିଜେପିର ଜେପି ନଡ୍ଡା ବିନା ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି । ଏବେ ଅବଶିଷ୍ଟ 15 ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହେଉଛି ।

ଆଜି ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମତଦାନ ହେବ । ଏହା ପରେ ଅପରାହ୍ନ 5ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ସଂନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା କରାଯିବା ନେଇ ସୂଚନା ରହିଛି ।
#WATCH लखनऊ: उत्तर प्रदेश के मुख्यमंत्री योगी आदित्यनाथ राज्यसभा चुनाव के लिए अपना वोट डालने के बाद मतदान केंद्र से निकले। pic.twitter.com/x1uwT7znpx
— ANI_HindiNews (@AHindinews) February 27, 2024
ଉତ୍ତରପ୍ରଦେଶରେ 10 ରାଜ୍ୟସଭା ଆସନକୁ ନେଇ ସ୍ଥିତି ସର୍ବାଧିକ ରୋଚକ ରହିଛି । ବିଜେପି ଏଠାରେ ଅଷ୍ଟମ ପ୍ରାର୍ଥୀ ଦେଇ ବିରୋଧୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି । ବିଜେପିର ରାଜନୈତିକ ରଣନୀତି ନେଇ ରାଜ୍ୟରେ ମୁହାଁମୁହିଁ ଅବସ୍ଥା ଦେଖାଦେଇଛି । ଉତ୍ତରପ୍ରଦେଶର 10 ରାଜ୍ୟସଭା ଆସନ ପାଇଁ 11 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ଅପରପକ୍ଷରେ ସମାଜବାଦୀ ପାର୍ଟିର 3 ପ୍ରାର୍ଥୀ ଜୟାବଚ୍ଚନ, ପୂର୍ବ ସାଂସଦ ରାମଜିଲାଲ ସୁମନ ଏବଂ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଆଲୋକ ରଞ୍ଜନ ପ୍ରତିଦ୍ୱନ୍ଦ୍ବିତା କରୁଛନ୍ତି । ଏପରିସ୍ଥଳେ ବିଜେପି 7 ବଦଳରେ 8 ଜଣ ପ୍ରାର୍ଥୀଙ୍କୁ ଛିଡ଼ା କରାଇ ସ୍ଥିତିକୁ ରୋମାଞ୍ଚକର କରିଛି । ଯଦି ବିଜେପି ଅଷ୍ଟମ ପ୍ରାର୍ଥୀଙ୍କୁ ଛିଡ଼ା କରାଇ ନଥାନ୍ତା ତେବେ ରାଜ୍ୟରେ ନିର୍ବିରୋଧ ନିର୍ବାଚନ ହୋଇଥାନ୍ତା ।
ଅପରପକ୍ଷରେ କର୍ଣ୍ଣାଟକରେ 4 ରାଜ୍ୟସଭା ଆସନ ପାଇଁ 5 ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ରାଜ୍ୟରେ କଂଗ୍ରେସ 4 ଜଣ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛି । ଫଳରେ ବିଜେପିର ରଣନୀତି ନେଇ ସ୍ଥିତି ରୋଚକ ହୋଇଛି । ନିର୍ବିରୋଧରେ ବିଜୟୀ ହୋଇଥିବା 41 ଆସନରୁ ବିଜେପି ସର୍ବାଧିକ ବିଜେପି 20ଟି ଆସନ ପାଇଛି । ଯେଉଁଠାରେ କଂଗ୍ରେସ 6 ଟି ଆସନ ପାଇଛି । ୱାଇଏସଆର କଂଗ୍ରେସ ତିନୋଟି ଆସନ ପାଇଛି । ଆରଜେଡି ଏବଂ ବିଜେଡି ଦୁଇଟି ଆସନରେ ବିଜୟ ହାସଲ କରିଛି । ଏନସିପି, ଶିବସେନା, ବିଆରଏସ ଏବଂ ଜେଡି (ୟୁ) ପ୍ରତ୍ୟେକ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛନ୍ତି ।












Click it and Unblock the Notifications