ମହାରାଷ୍ଟ୍ରର ୨୯ ନଗର ନିଗମରେ ମତଦାନ ଆରମ୍ଭ
କିଏ ହେବ ମୁମ୍ଵାଇ କିଙ୍ଗ୍ ? ମହାରାଷ୍ଟ୍ରର ୨୯ଟି ନଗର ନିଗମର ୨୮୬୯ଟି ଆସନ ଲାଗି ଭୋଟିଂ ଆରମ୍ଭ। ଗୁରୁବାର ସକାଳ ସାଢେ ୭ଟାରେ ଭୋଟିଂ ଆରମ୍ଭ ହୋଇଛି। ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଆରଏସଏସ୍ ପ୍ରମୁଖ ଡ. ମୋହନ ଭାଗବତ ନାଗପୁର ନଗର ନିଗମର ମହଲ ସ୍ଥିତ ଭାଉଜି ଦପ୍ତାରୀ ଏନଏମସି ସ୍କୁଲରେ ପହଞ୍ଚି ଭୋଟ୍ ଦେଇଛନ୍ତି। ସନ୍ଧ୍ୟା ସାଢେ ୫ଟା ଯାଏଁ ଭୋଟିଂ ଚାଲିବ। ମୋଟ ୩୪.୮ ନିୟୁତ ଭୋଟର ୧୫,୯୩୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ଜାନୁଆରୀ ୧୬ ତାରିଖରେ ଭୋଟ୍ ଗଣତି ହେବ।

୨୦୨୯ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ବଡ଼ ରାଜନୈତିକ ଦଳ ଲାଗି ଏହାକୁ ସେମିଫାଇନାଲ୍ ଭାବେ ମନେ କରାଯାଉଛି। ଏହି ୨୯ଟି ନଗରନିଗମ ମଧ୍ୟରୁ ମୁମ୍ବାଇ ଉପରେ ସମସ୍ତଙ୍କର ନଜର ରହିଛି। ଏଠାକାର ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ (ବିଏମ୍ସି) ହେଉଛି ଦେଶର ସବୁଠୁ ଧନୀ ନଗରନିଗମ । ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବିଏମ୍ସିର ବଜେଟ୍ ୭୪ ହଜାର କୋଟିରୁ ଅଧିକ ରହିଛି । ମୁମ୍ବାଇ ବ୍ୟତୀତ ପୁନେ, ଥାନେ, ନାଗପୁର, ସମ୍ଭାଜୀନଗର ଭଳି ସହରଗୁଡି଼କର ମଧ୍ୟ ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ସବୁ ନଗର ନିଗମରେ ମହାୟୁତି ଏବଂ ମହାବିକାଶ ଅଘାଡି ମଧ୍ୟରେ ମୁଖ୍ୟତଃ ମୁକାବିଲା ଦେଖିବାକୁ ମିଳିବ।
ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ (BMC)ର ୨୨୭ଟି ୱାର୍ଡରେ ମୋଟ ୧୭୦୦ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ୧.୦୩ କୋଟିରୁ ଅଧିକ ମୁମ୍ବାଇ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ, ମୁମ୍ବାଇ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ବ୍ୟାରିକେଡ୍ ତିଆରି ହୋଇଛି।












Click it and Unblock the Notifications