ମହାରାଷ୍ଟ୍ରର ୨୮୮ଟି ଏବଂ ଝାଡଖଣ୍ତର ୩୮ଟି ଆସନରେ ମତଦାନ ଆରମ୍ଭ
Maharashtra and Jharkhand Assembly Election 2024: ମହାରାଷ୍ଟ୍ରର ୨୮୮ଟି ଏବଂ ଝାଡଖଣ୍ତର ୩୮ଟି ଆସନରେ ମତଦାନ ଆରମ୍ଭ ହୋଇଯାଇଛି । ମହାରାଷ୍ଟ୍ରର 288ଟି ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହାର ଫଳାଫଳ 23 ନଭେମ୍ବରରେ ପ୍ରକାଶ ପାଇବ । ଏଠାରେ ମୁଖ୍ୟ ପ୍ରତିଯୋଗିତା ହେଉଛି ମହାୟୁତି ଏବଂ ମହା ବିକାଶ ଆଘାଡି ମଧ୍ୟରେ ।

ବିଜେପି ନେତୃତ୍ୱାଧୀନ ମହା ୟୁତି କ୍ଷମତା ବଜାୟ ରଖିବାକୁ ଆଶାବାଦୀ ଥିବା ବେଳେ ମହା ବିକାଶ ଅଘାଡି ମଧ୍ୟ କ୍ଷମତାକୁ ଫେରିବାକୁ ନେଇ ଆଶାବାଦୀ ରହିଛି । ମହାରାଷ୍ଟ୍ରର 288ଟି ଆସନରେ ଉପରେ ରହିଛି ସାରା ଦେଶର ନଜର । ତେବେ ଏନସିପି ଓ ଶିବସେନା ଅଲଗା ହେବା ପରେ ବହୁମୁଖି ଲଢେଇ ହେଉଛି । ତେବେ ଦୁଇ ଦଳ ଅଲଗା ହେବା ପରେ ଏହା ପ୍ରଥମ ବିଧାନସଭା ନିର୍ବାଚନ ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, "ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସମସ୍ତ ଆସନ ପାଇଁ ଭୋଟ୍ ଦିଆଯିବ। ମୁଁ ରାଜ୍ୟର ଭୋଟରମାନଙ୍କୁ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଏହାର ଅଂଶ ହେବାକୁ ଏବଂ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅନୁରୋଧ କରୁଛି। ଏହି ଅବସରରେ , ସମସ୍ତ ଯୁବକ ଏବଂ ମହିଳା ଭୋଟର ଉତ୍ସାହର ସହିତ ଭୋଟ୍ ଦେବାକୁ ସମସ୍ତଙ୍କୁ ମୋର ଏକ ନିବେଦନ ।












Click it and Unblock the Notifications