ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ କ୍ଷମତା; ଜେ.ପି. ନଡ୍ଡା
ରାଜ୍ୟସଭାରେ ନିର୍ବାଚନ ସଂସ୍କାର ପ୍ରସଙ୍ଗ ଉପରେ ଚାଲିଥିବା ଆଲୋଚନା ଆଜି ଶେଷ ହୋଇଛି । ନିର୍ବାଚନରେ ଇ.ଭି.ଏମ୍.ରେ କୌଣସି ଜାଲିଆତି କରାଯାଇଛି ବୋଲି ଏହାର କିଛି ପ୍ରମାଣ ନାହିଁ ବୋଲି ଏନ୍.ସି.ପି. ସାଂସଦ ପ୍ରଫୁଲ୍ଲ ପଟେଲ ରାଜ୍ୟସଭାରେ କହିଛନ୍ତି । ଶ୍ରୀ ପଟେଲ କହିଛନ୍ତି, ଭୋଟ ଦେବାର ଅଧିକାର ହିଁ ଲୋକମାନଙ୍କର ତଥା ଦେଶର ଗଣତନ୍ତ୍ରର ଶକ୍ତି । ଟି.ଏମ୍.ସି. ସାଂସଦ ଡେରେକ୍ ଓ'ବ୍ରିଏନ୍ କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଉଦ୍ଦେଶ୍ୟକୁ ଚିହ୍ନଟ, ବାଦ୍ଦେବା ଏବଂ ସଂଶୋଧନ ବୋଲି ଅଭିହିତ କରିଛନ୍ତି ।

ରାଜ୍ୟସଭା ନେତା ଜେ.ପି. ନଡ୍ଡା କହିଛନ୍ତି, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ଏକ ସାମ୍ବିଧାନିକ କ୍ଷମତା । ସେ କହିଛନ୍ତି, ଭୋଟର ତାଲିକାକୁ ନିୟମିତ ଭାବେ ସଂଶୋଧନ କରିବା ଆୟୋଗଙ୍କ କର୍ତ୍ତବ୍ୟ । କୌଣସି ଯୋଗ୍ୟ ମତଦାତା ଏହି ତାଲିକାରୁ ବାଦ୍ ପଡ଼ିବେ ନାହିଁ ଏବଂ ସେମାନଙ୍କୁ ମତଦାନ ଅଧିକାରରୁ ବଞ୍ôଚତ କରାଯିବ ନାହିଁ ବୋଲି ଶ୍ରୀ ନଡ୍ଡା କହିଛନ୍ତି । ଶ୍ରୀ ନଡ୍ଡା କହିଛନ୍ତି, ଏହି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଯେତିକି ଶକ୍ତିଶାଳୀ ହେବେ ଦେଶର ଗଣତନ୍ତ୍ର ସେତିକି ମଜବୁତ୍ ହେବ । ରାଜ୍ୟସଭାରେ ଶ୍ରୀ ନଡ୍ଡାଙ୍କର ଅଭିଭାଷଣ ପରେ ଏହି ଆଲୋଚନା ଶେଷ ହୋଇଥିଲା ।












Click it and Unblock the Notifications