ଇସିଆଇର ବଡ଼ କାର୍ଯ୍ୟାନଷ୍ଟାନ, ଏହି କାରଣ ପାଇଁ ୪ ଅଧିକାରୀଙ୍କ କଲା ନିଲମ୍ବନ

ପଶ୍ଚିମବଙ୍ଗ ଭୋଟର ତାଲିକାରେ ଜାଲିଆତି କରିଥିବା ଅଭିଯୋଗରେ ନିର୍ବାଚନ ଆୟୋଗ (ଇସି) ଏହାର ୪ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ନିର୍ବାଚନ ଆୟୋଗ ଲେଖିଥିବା ଚିଠିରେ ବାରୁଇପୁର ପୂର୍ବ ଓ ମୟନା ବିଧାନସଭା ନିର୍ବାଚନମଣ୍ଡଳୀର ଇଆରଓ ଓ ସହକାରୀ ଇଆରଓଙ୍କୁ ତୁରନ୍ତ ନିଲମ୍ବନ କରିବା ଲାଗି ନିର୍ଦେଶ ଦେଇଛନ୍ତି। ଏହା ସହିତ ୪ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୁହାଯାଇଛି। ନିଲମ୍ବିତ ଅଧିକାରୀମାନେ ହେଲେ ବାରୁଇପୁର ପୂର୍ବ ବିଧାନସଭା କ୍ଷେତ୍ରର ଇଆରଓ ଦେବତ୍ତମ ଦତ୍ତ ଚୌଧୁରୀ ଓ ସହକାରୀ ଇଆରଓ ତଥାଗତ ମଣ୍ଡଳ। ମୟନା ବିଧାନସଭା କ୍ଷେତ୍ରର ଇଆରଓ ବିପ୍ଳବ ସରକାର ଓ ସହକାରୀ ଇଆରଓ ସୁଦୀପ୍ତ ଦାସ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଭିଯୋଗ ଅନୁଯାୟୀ ଏହି ଅଧିକାରୀମାନେ ଅନେକ ଆବେଦନକାରୀଙ୍କ ନାମ ଭୋଟର ତାଲିକାରେ ସାମିଲ କରିଛନ୍ତି। ଭୋଟର ତାଲିକାରେ ନାମ ସାମିଲ କରିବା ପୂର୍ବରୁ ସେମାନେ ଏହାର ବିଧିବଦ୍ଧ ଯାଞ୍ଚ କରି ନଥିଲେ।

eci
ଏପରିକି ​‌ସେମାନେ ଇଲେକ୍ଟୋରାଲ ଡାଟାବେସ୍‌ର ଲଗ୍‌ଇନ ଆଇଇଡି ଓ ପାସୱାର୍ଡକୁ ଅନ୍ୟମାନଙ୍କୁ ସେୟାର କରିଥିଲେ। ଏହି ଘଟଣାରେ ଜଡିତ ସାମୟିକ ଡାଟା ଏଣ୍ଟ୍ରି ଅପରେଟର ସୁରୋଜିତ୍ ହଲଦର ବିରୋଧରେ ମାମଲା ରୁଜୁ କରିବାକୁ ଇସି ନିର୍ଦେଶ ଦେଇଛନ୍ତି। ସିଇଓ ରିପୋର୍ଟ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ କାର୍ଯ୍ୟରେ ଅନ୍ୟ ଅଧିକାରୀମାନେ ମଧ୍ୟ ଅନିୟମିତତା କରିଛନ୍ତି। ଆଗାମୀ ଦିନରେ ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଶ୍ଚିମବଙ୍ଗରେ ଏସ୍‌ଆଇଆର କାର୍ଯ୍ୟକାରୀ କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଥିବାବେଳେ ଭୋଟର ତାଲିକାରେ ନୂଆ ନାମ ସଂଯୋଗ କରିବା ଭଳି ଅନିୟମିତତା କାର୍ଯ୍ୟରେ ଇଆରଓମାନେ ଲାଗିପଡିଛନ୍ତି। ନୂଆ ଭୋଟର ସାମିଲ କରିବା ଲାଗି ଇଆରଓମାନେ ସ୍ବତନ୍ତ୍ର ସୁବିଧା କରିଛନ୍ତି। ଇଆରଓମାନେ ହେଉଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ପ୍ରଶାସନିକ ଅଧିକାରୀ ବର୍ଗର କର୍ମଚାରୀ।

ସେମାନେ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଏପରି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ମାତ୍ର ଏବେ ସେମାନେ ଜନପ୍ରତିନିଧି ଆଇନ ୧୯୫୦ର ଧାରା ୩୨(୧) ଅନୁଯାୟୀ ଦଣ୍ଡିତ ହେବେ। ଯେଉଁଥିରେ ସେମାନଙ୍କୁ ୩ମାସରୁ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+