କଂଗ୍ରେସକୁ ମୋଦିଙ୍କ କଡା ଟାର୍ଗେଟ,କହିଲେ 'ଭୋଟ ବ୍ୟାଙ୍କ ଭାଇରସ୍‌ ନିଜ ସ୍ୱାର୍ଥ ପାଇଁ ସଂଶୋଧନ କରିଥିଲା ୱାକଫ୍ ରୁଲ୍ '

କଂଗ୍ରେସ ୱାକଫ୍ ଆଇନ୍‌କୁ ଏମିତି କରିଥିଲା କି ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ନଷ୍ଟ କରି ଦେଇଥିଲା । କଂଗ୍ରେସର କୁନିତୀର ସବୁଠୁ ବଡ଼ ପ୍ରମାଣ ୱାକଫ୍ ଆଇନ୍ । ୨୦୧୩ରେ ୱାକଫ୍ ଆଇନ୍‌କୁ କଂଗ୍ରେସ ସଂଶୋଧନ କରିଥିଲା । ୱାକଫ୍ ସଂଶୋଧନ ଆଇନ୍‌ର ବିରୋଧ କରି କଂଗ୍ରେସ ଭୋଟ୍ ବ୍ୟାଙ୍କ ଭାଇରସ୍‌ ବାଣ୍ଟୁଛି କଂଗ୍ରେସ । ହରିୟାଣା ହିସାର ଗସ୍ତ କରି କଂଗ୍ରେସକୁ ଟାର୍ଗେଟ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

"କଂଗ୍ରେସ ଆମର ପବିତ୍ର ସମ୍ବିଧାନକୁ କ୍ଷମତା ହାସଲ ପାଇଁ ଏକ ଅସ୍ତ୍ରରେ ପରିଣତ କରିଛି। ଯେତେବେଳେ କଂଗ୍ରେସ କ୍ଷମତା ଉପରେ ନିଜର ଦଖଲ ପ୍ରତି ବିପଦ ଅନୁଭବ କରିଥିଲା, ସେତେବେଳେ ଏହା ସମ୍ବିଧାନକୁ ଦଳି ଦେଇଥିଲା," ପ୍ରଧାନମନ୍ତ୍ରୀ ମୋଦି ହରିୟାଣାର ହିସାର ବିମାନବନ୍ଦର ଉଦଘାଟନ କରିବା ସମୟରେ କହିଥିଲେ।

narendra modi

ଆଉ ଗୋଟିଏ ପାଦ ଆଗକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ଦାବି କରିଛନ୍ତି ଯେ କଂଗ୍ରେସ ଆମ୍ବେଦକରଙ୍କ "ସମାନତା" ଦୃଷ୍ଟିକୋଣକୁ ଅଣଦେଖା କରିଛି ଏବଂ ଏହା ବଦଳରେ "ଭୋଟବ୍ୟାଙ୍କ ରାଜନୀତିର ଭାଇରସ" ପ୍ରସାର କରିଛି।

"କଂଗ୍ରେସ ସମ୍ବିଧାନର ଧ୍ୱଂସକାରୀ ପାଲଟିଛି। ଡକ୍ଟର ଆମ୍ବେଦକର ସମାନତା ଆଣିବାକୁ ଚାହୁଁଥିଲେ, କିନ୍ତୁ କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତିର ଭାଇରସ ପ୍ରସାର କରିଥିଲା। ବାବାସାହେବ ଚାହୁଁଥିଲେ ଯେ ପ୍ରତ୍ୟେକ ଗରିବ, ପ୍ରତ୍ୟେକ ପଛୁଆବର୍ଗ ସମ୍ମାନର ସହିତ ଏବଂ ମୁଣ୍ଡ ଉଚ୍ଚ କରି ବଞ୍ଚିପାରିବେ, ସ୍ୱପ୍ନ ଦେଖିପାରିବେ ଏବଂ ସେଗୁଡ଼ିକୁ ପୂରଣ କରିପାରିବେ," ସେ କହିଛନ୍ତି।

ଆମ୍ବେଦକର ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ଦାବି କରିଛନ୍ତି ଯେ କଂଗ୍ରେସ କେବେ ବି ମୁସଲମାନ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ସମେତ କାହାକୁ ଲାଭ ଦେବା ପାଇଁ ସମ୍ବିଧାନକୁ ବ୍ୟବହାର କରିନାହିଁ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ନିର୍ବାଚନରେ କଂଗ୍ରେସ ଅଧା ଟିକେଟ ମୁସଲମାନଙ୍କୁ କାହିଁକି ଦେଉନାହିଁ ? କଂଗ୍ରେସ ଏମରଜେନ୍ସିଂରେ ସମ୍ବିଧାନର ଅପମାନ କରିଥିଲା । କ୍ଷମତା ପାଇଁ ଏମିତି କରିଥିଲା କଂଗ୍ରେସ । ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତା ଭାବନା ଆଣିବା ସମ୍ବିଧାନର କାମ ଯାହାକୁ ସିକ୍ୟୁଲାର ସିଭିଲ କୋଡ଼ କୁହାଯାଏ ମାତ୍ର କଂଗ୍ରେସ ଏହାକୁ କେବେ ଲାଗୁ କରିନାହିଁ । ଆମ ସରକାର ବାବା ସାହେବ ଆମ୍ବେଦକରଙ୍କ ବିଚାରକୁ ନେଇ ଆଗକୁ ଯାଉଛି । ଯେବେ କଂଗ୍ରେସ ସରକାର ଥିଲା ଦେଶ ବ୍ଲାକଆଉଟ ହେଉଥିଲା । ଯଦି ଏବେ ବି କଂଗ୍ରେସ କ୍ଷମତାରେ ରହିଥାନ୍ତା ତେବେ ଦେଶକୁ ଏମିତି ବ୍ଲାକଆଉଟ୍‌ର ସାମ୍ନା କରିବାକୁ ପଡିଥାନ୍ତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+