ଯୁକ୍ରେନ ଯୁଦ୍ଧ ଓ ବିଦ୍ରୋହୀ ସେନା ବିଷୟରେ ମୋଦୀଙ୍କ କଥା ହେଲେ ରୁଷ ରାଷ୍ଟ୍ରପତି ପୁଟିନ
ନୂଆଦିଲ୍ଲୀ: ଏକ ମହତ୍ବପୂର୍ଣ ଘଟଣା କ୍ରମରେ ଆଜି ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ଆଲୋଚନା କରିଛନ୍ତି। ରୁଷରେ ବିଦ୍ରୋହୀ ୱାଗନର ବିଦ୍ରୋହୀଙ୍କ ସମ୍ବନ୍ଧରେ ଦୁଇ ଦେଶର ଶୀର୍ଷ ନେତୃତ୍ଵ ମଧ୍ୟରେ ଏହି ଆଲୋଚନା ହୋଇଥିବା ନେଇ ଖୋଦ ରୁଷ ଜଣାଇଛି ।

ଅନ୍ତର୍ଜାତିକ ସଂବାଦ ସରବରାହ ସଂସ୍ଥା ରୟଟର୍ ପକ୍ଷରୁ ପ୍ରଥମେ ଏହି ସଂବାଦ ସାର୍ବଜନୀନ ହୋଇଥିଲା । ରୁଷ ନାଗରିକଙ୍କ ସୁରକ୍ଷା, ନାଗରିକଙ୍କ ଅଧିକାରଗୁଡିକ ସୁନିଶ୍ଚିତ କରିବା ତଥା ବିଦ୍ରୋହୀଙ୍କୁ ମୁକାବିଲା କରିବା ଦିଗରେ ରୁଷର ପଦକ୍ଷେପ ସମ୍ପର୍କରେ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଆଲୋଚୋନ ହୋଇଥିଲା ।
Russian President Vladimir Putin discussed the situation around Ukraine and how Moscow had resolved an armed mercenary mutiny in a telephone call with Indian PM Narendra Modi today, the Kremlin said, reports Reuters.
(file photo) pic.twitter.com/pmDCwKVkcH
— ANI (@ANI) June 30, 2023
ଭାରତକୁ ସବୁଠାରୁ ବଡ ମିତ୍ର ଭାବରେ ପୁଟିନ ଅଭିହିତ କରିଥିଲେ । ଏହାର ଗୋଟିଏ ଦିନ ପରେ ମୋଦୀ ଏବଂ ପୁଟିନଙ୍କ ଆଲୋଚନା ହୋଇଥିବା ଯୋଗୁ ଅନ୍ତର୍ଜାତିକ କୂଟନୈତିକସ୍ତରରେ ଏହାକୁ ଏକ ମହତ୍ଵପୂର୍ଣ୍ଣ ଘଟଣା ଭାବରେ ବିଚାର କରାଯାଉଛି। ମୋଦୀଙ୍କ ଆମେରିକା ଗସ୍ତ ସମୟରେ ପଶ୍ଚିମ ରାଷ୍ଟ୍ର ସମୂହ ଭାରତ-ଆମେରିକା ସମ୍ବନ୍ଧକୁ ନେଇ ରୁଷର ପ୍ରତିକ୍ରିୟାକୁ ଅପେକ୍ଷା କରି ଥିଲେ। ଏଭଳି ପରିସ୍ଥିତିରେ ସମସ୍ତ ଆଲୋଚନାକୁ ବିରାମ ଦେଇ ରୁଷ-ଭାରତ ଦୁପାକ୍ଷିକ ସମ୍ପର୍କ ନିବିଡ ରହିବ ବୋଲି ପୁଟିନ ଘୋଷଣା କରିଥିଲେ ।
ଦୁଇ ଦେଶର ଶୀର୍ଷ ନେତୃତ୍ଵ ଜି-୨୦ ସମ୍ମିଳନୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକରେ ବାଣିଜ୍ୟ କାରବାର ସନ୍ତୋଷ ଜଣକ ରହିଥିବା ଆଦି କେତେକ ବିଷୟରେ ଆଲୋଚନା କରିଥିଲେ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications