ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭ୍ଲାଦିମିର ପୁଟିନ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରୁଷ ରାଷ୍ଟ୍ରପତି ପୁଟନ ଭିଜିଟର ବୁକ୍ ରେ ସ୍ୱାକ୍ଷର କରିଛନ୍ତି ।

ପୁଟିନଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ । ପୁଟିନ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସ୍ବାଗତ କରିଥିଲେ । ପୁଟିନଙ୍କ ସହ ଆସିଥିବା ୭ ରୁଷୀୟ ମନ୍ତ୍ରୀଙ୍କୁ ମଧ୍ୟ ସ୍ବାଗତ କରିଥିଲେ ରାଷ୍ଟ୍ରପତି । ସ୍ବାଗତ ପରେ ପୁଟିନଙ୍କୁ ୨୧ ତୋପ ସଲାମ ଦିଆଯାଇଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉପସ୍ଥିତ ରହିଥିଲେ । ପରେ ତାଙ୍କୁ ଉଭୟ ଦେଶର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବାଗତ କରାଯାଇଥିଲା ।
ପୁଟିନଙ୍କ ସ୍ବାଗତ ପରେ ରାଜଘାଟରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ତା'ପରେ ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ, ଯାହା ପରେ ଚୁକ୍ତିନାମା ସ୍ୱାକ୍ଷର ଏବଂ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ହେବ। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ପାଇଁ ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି ।












Click it and Unblock the Notifications